Latest Odisha News

BREAKING NEWS

ରେପ୍ ମନ୍ତବ୍ୟ ଯୋଗୁ ବିଦା ହେଲେ ଓଡିଶା ଏଫସି କୋଚ ଷ୍ଟୁଆର୍ଟ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ମଙ୍ଗଳବାର ଓଡିଶା ଏଫସି ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବିଦା କରିଛି । କ୍ଲବ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ ସହ ଚୁକ୍ତି ମଧ୍ୟ ବାତିଲ କରାଯାଇଛି । ସୋମବାର ସେ କହିଥିଲେ ଆମର ଜଣେ ଖେଳାଳି ଗଟ ଟୁ ରେପ୍ ସମୱାନ ଅର ଗେଟ୍ ରେପଡ(ଖେଳାଳି ଜଣକ ରେପ୍ କରିବାକୁ ଯାଇଥିଲେ ଓ ନିଜେ ଦୁଷ୍କର୍ମର ଶୀକାର ହୋଇ ପଡିଥିଲେ) ।

ସେ ଏହା କହିବା ପଛର ପ୍ରକୃତ କାରଣ ଥିଲା ଯେ ଖେଳାଳିଜଣଙ୍କ ତାଙ୍କ ଭୁଲ ଯୋଗୁ ଦଳ ପାଇଁ ପେନାଲ୍ଟି ଶଟର ବିପଦ ଡାକି ଆଣିଥିଲେ । କିନ୍ତୁ ଅଶୋଭନୀୟ ବାକ୍ୟର ବ୍ୟବହାର ଯୋଗୁ ତାଙ୍କୁ ଭର୍ତ୍ସିତ ହେବାକୁ ପଡିଛି । ଏହି ମ୍ୟାଚରେ ଓଡିଶା ୧-୦ ଗୋଲରେ ଜାମସେଦପୁର ଏଫସିଠାରୁ ହାରି ଯାଇଥିଲେ । କୋଚଙ୍କ ବିବାଦୀୟ ମନ୍ତବ୍ୟ ନେଇ କ୍ଲବ ପକ୍ଷରୁ କ୍ଷମା ମଗା ଯାଇଥିଲା । ଆଜି କ୍ଲବ ମ୍ୟାନେଜମେଂଟ କୋଚଙ୍କୁ ବହିଷ୍କାର କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.