ଭୁବନେଶ୍ୱର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଜାଡ଼ । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଶୀତ ଲହରି । ରାଜ୍ୟରେ ସବୁଠୁ ସର୍ବନିମ୍ନ ୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରରେ ରେକର୍ଡ କରାଯାଇଛି ।
#୧୦ଡ଼ିଗ୍ରୀ ତଳେ ୯ସ୍ଥାନରେ #ପାରଦ#ଜି.#ଉଦୟଗିରି ଠାରେ ୩.୦ ଡ଼ିଗ୍ରୀ ଏବଂ #ଫୁଲବାଣୀରେ ୫.୫ ଡ଼ିଗ୍ରୀ , #ଦାରିଙ୍ଗବାଡି ୮, #କୋରାପୁଟ ୮.୫, #ଝାରସୁଗୁଡା ୯.୨ , #କେନ୍ଦୁଝର ୯.୪, #ବଲାଙ୍ଗୀର* ୯.୫, #ସୁନ୍ଦରଗଡ ୯.୫, ଏବଂ #ଭବାନୀପାଟଣା ୯.୮ଡ଼ିଗ୍ରୀ ରାତ୍ରି ତାପମାତ୍ର #ଭୁବନେଶ୍ୱର ରେ ୧୪.୭ ଏବଂ *କଟକ* ରେ ୧୩.୪ ଡ଼ିଗ୍ରୀ pic.twitter.com/CMxbEJL1gd
— Meteorological Centre, Bhubaneswar (@mcbbsr) February 4, 2021
ସେହିପରି ଫୁଲବାଣୀରେ ୫.୫, ଦାରିଙ୍ଗିବାଡ଼ିରେ ୮, କୋରାପୁଟରେ ୮.୫, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୯.୨ ଡିଗ୍ରୀ ସେଲସିୟସ୍ । କେନ୍ଦୁଝରରେ ୯.୪, ବଲାଙ୍ଗିର ଓ ସୁନ୍ଦରଗଡ଼ରେ ୯.୫ ଡିଗ୍ରୀକୁ ଖସିଛି ପାରଦ । ଭବାନୀପାଟଣାରେ ରାତିର ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସକୁ ଖସିଥିଲା ।
ଏହି ସମୟରେ ଭୁବନେଶ୍ୱରେ ୧୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକରେ ପାରଦ ଥିଲା ୧୩.୪ ଡିଗ୍ରୀ ସେଲସିୟସ୍ । ଆଉ ଦିନେ ଦୁଇ ଦିନ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Comments are closed.