Latest Odisha News

BREAKING NEWS

୨୪ ଘଣ୍ଟା ମଧ୍ୟରେ ଦୀର୍ଘତମ ରାସ୍ତା ନିର୍ମାଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତର ଜାତୀୟ ରାଜପଥ ପ୍ରାଧିକରଣର ଜଣେ କଣ୍ଟ୍ରାକ୍ଟର ଚାରି ଲେନ ବିଶିଷ୍ଟ ରାଜପଥରେ ୨୪ ଘଣ୍ଟା ମଧ୍ୟରେ ଦୀର୍ଘତମ ରାସ୍ତା ନିର୍ମାଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ନାମ ପଟେଲ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ଏବଂ ଗୋଲଡେନ୍ ବୁକ୍ ଅଫ୍ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ବାରା ବୁଧବାର ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ କଣ୍ଟ୍ରାକ୍ଟର ଜଣଙ୍କ ୨୪ ଘଣ୍ଟା ମଧ୍ୟରେ ଚାରି ଲେନ ବିଶିଷ୍ଟ ରାଜପଥରେ ୨୫୮୦ ମିଟର ଲମ୍ବା କଂକ୍ରିଟ (PQC) ରାସ୍ତା ନିର୍ମାଣ କରିଛନ୍ତି।

ଫେବୃଆରୀ ୧, ୨୦୨୧ ରେ ସକାଳ ୮ ଟାରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ପରଦିନ ସକାଳ ୮ ଟାରେ ଲକ୍ଷ୍ୟ ପୂରଣ ହୋଇଥିଲା। ପ୍ରାୟ ୪୮,୭୧୧ ବର୍ଗ ମିଟର ଓସାର ୧୮,୭୫ ମିଟର ବିଶିଷ୍ଟ ଏକ ଏକ୍ସପ୍ରେସୱେରେ ଏକ କଂକ୍ରିଟ୍ ରାସ୍ତା ତିଆରି କରିବାକୁ ୨୪ ଘଣ୍ଟା ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ, ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୪,୧୧୩ ଘନ ମିଟର କଂକ୍ରିଟ୍ ରଖିବାର ରେକର୍ଡ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.