Latest Odisha News

BREAKING NEWS

ପରଲୋକରେ ପ୍ରଯୋଜକ ଶ୍ରୀନିବାସ ପାଇକରାୟ

ଭୁବନେଶ୍ୱର: ପଞ୍ଚସଖା ଫିଲ୍ମସ୍ ଓ ଦେବାଶିଷ ଚଳଚିତ୍ର ପ୍ରଯୋଜନାର ପ୍ରଯୋଜକ ଶ୍ରୀନିବାସ ପାଇକରାୟଙ୍କର ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମରଶରୀରକୁ ଶେଷଦର୍ଶନ ପାଇଁ ନରଣଗଡର ମାନପୁରକୁ ନିଆଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ଶ୍ରୀ ପାଇକରାୟ ଥିଲେ ପଞ୍ଚସଖା ପିକଚର୍ସର ପ୍ରଥମ ସଖା ଓ ଅନ୍ୟତମ ପ୍ରଯୋଜକ । ତାଙ୍କ ସହ ଥିବା ଅନ୍ୟ ଚାରି ସଖା ଥିଲେ
ଧୀର ବିଶ୍ୱାଳ, ରାମକୃଷ୍ଣ ତ୍ରିପାଠୀ, କୈଳାଶ ଚନ୍ଦ୍ର କରଣ ଓ ଦିନମଣି ଖୁଣ୍ଟିଆ । ପୂର୍ବରୁ ଏମାନଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ରୀ ପାଇକରାୟ ବି ଆଜି ଆଖି ବୁଜିଛନ୍ତି ।

କେବଳ ପ୍ରଯୋଜନା ନୁହେଁ ଅନେକ ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି । ସେ ଦେବାଶିଷ ପିକଚର୍ସ ସଂସ୍ଥା ଗଢି ‘ଜୀବନ ସାଥୀ’ ଚଳଚ୍ଚିତ୍ର ବି କରିଥିଲେ । ଜୀବନ ସାଥୀର ଅଧିକାଂଶ ସୁଟିଂ ହୋଇଥିଲା ସିମଲାରେ. ପାହାଡ ଘେରା ଜଙ୍ଗଲରେ ହୋଇଥିଲା । ରାଜ୍ୟ ବାହାରେ ଯାଇ ସୁଟିଂ କରିବାରେ ଏହି ଚଳଚ୍ଚିତ୍ର ଥିଲା ପ୍ରଥମ । ଏହି ଫିଲ୍ମ ପରବର୍ତ୍ତୀ ସମୟରେ ଏହି ଫିଲ୍ମ ପାଇଁ ଶ୍ରୀ ପାଇକରାୟ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ଏହି ଫିଲ୍ମରେ ସେ ଅଭିନୟ ମଧ୍ୟ କରିଥିଲେ ।

ତାଙ୍କ ପରଲୋକରେ ଚଳଚ୍ଚିତ୍ର ସହ ସଂପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.