Latest Odisha News

BREAKING NEWS

କୋରାପୁଟ ଜିଲ୍ଲାପାଳ ହେଲେ ଅବଦଲ ଅଖତର

କୋରାପୁଟ : ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ କଟକ ପିଡି ଡିଆରଡିଏ ରହିଥିବା ୨୦୧୬ ବ୍ୟାଚର ଆଇଏଏସ ଅବଦଲ ଅଖତରଙ୍କୁ ଜିଲ୍ଲାପାଳ ଭାବେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମଧୁସୂଦନ ମିଶ୍ରଙ୍କୁ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ଦେଇଛନ୍ତି । ୨୦୧୯ ଅଗଷ୍ଟ ୧୩ ତାରିଖରେ ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ ମଧୁସୂଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଳାପାଳ ଭାବେ ନିଯୁକ୍ତି ମିଳିଥିଲା ।

Leave A Reply

Your email address will not be published.