Latest Odisha News

BREAKING NEWS

ଭ୍ୟାକ୍ସିନ ନ ନେଲେ ମିଳିବନି ଦରମା, କଟକ ଜିଲ୍ଲାପାଳଙ୍କ ଅଜବ ନିୟମ 

କଟକ: ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କଟକ ଜିଲ୍ଲାରେ କୋଭିଡ୍ ଟିକାକରଣ କମ ସଂଖ୍ୟାରେ ହେଉଛି । ଯାହାକୁ ନେଇ କଠୋଇ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଟିକାକରଣ ପ୍ରତିଶତ ବଢ଼ାଇବା ଲାଗି ଜିଲ୍ଲାପାଳ ସିଏମସି କମିଶନରଙ୍କ ସମେତ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି । ଏଥିସହ ରେଜିଷ୍ଟ୍ରେସନ କରି ଟିକା ନେଉନଥିବା ସ୍ୱାସ୍ଥ୍ୟକର୍ମୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

ପଞ୍ଜିକରଣ ପରେ କୋଭିଡ୍ ଭ୍ୟାକ୍ସିନ ନେଉନଥିବା ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀଙ୍କ ଚଳିତମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । କଟକ ଜିଲ୍ଲାରେ ଫେବ୍ରୁଆରୀ ୧୦ ସୁଦ୍ଧା ଟିକା ନନେଲେ ଦରମା ସହ ଭତ୍ତା ବନ୍ଦ କରାଯିବ । କିଛି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ ପଞ୍ଜିକରଣ ପରେ ଟିକା ନେଉ ନଥିବାରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.