Latest Odisha News

BREAKING NEWS

ମମତାଙ୍କ ଭାଇ ଧରିବେ ପଦ୍ମ

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଖବର ମୁତାବକ ମମତା ବାନାର୍ଜୀଙ୍କ ଭାଇ କାର୍ତିକ ବାନାର୍ଜୀ ବିଜେପିରେ ମିଶିବାକୁ ଯାଉଛନ୍ତି । ଟିଏମସି ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବା ପରେ କହିଥିଲେ, ମମତାଙ୍କ ଘରେ ପଦ୍ମ ଫୁଟିବ । ତେବେ କାର୍ତିକ ଏ ସମ୍ପର୍କରେ କୌଣସି ନିଷ୍ପତି ନେଇ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ସେହିପରି ବିଜେପି ମଧ୍ୟ ସ୍ପଷ୍ଟ କରିଛି ଆମେ ଏ ନେଇ ତାଙ୍କ ସହିତ କୌଣସି ଯୋଗାଯୋଗ କରି ନାହୁଁ । ରାଜନୀତି ପ୍ରତି ଆଗ୍ରହୀ ଥିବା କାର୍ତିକଙ୍କୁ ମମତା କିନ୍ତୁ ସେ ଭଳି ଆଖି ଦୃଶିଆ ସୁଯୋଗ ଦେଇ ନାହାନ୍ତି । ବିଜେପି ହାୱାରେ ସେ ନିର୍ବାଚନୀ ବୈତରଣୀ ପାର ହୋଇପାରନ୍ତି ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.