ନୂଆଦିଲ୍ଲୀ: ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ୫୦ ହଜାର ପୋଲିସ, ପାରାମିଲିଟାରୀ ଓ ରିଜର୍ଭ ଫୋର୍ସ ମୁତୟନ ହୋଇଛନ୍ତି ।
#WATCH I Delhi: Drone cameras deployed in the national capital to monitor the situation in the wake of ‘Chakka Jaam’ call by farmers; visuals from Tikri border. pic.twitter.com/fQNfd0CNN3
— ANI (@ANI) February 6, 2021
ସୁରକ୍ଷା ବଳୟରେ ଦିଲ୍ଲୀ ଲାଲକିଲ୍ଲୀ । ଦିଲ୍ଲୀର ୧୨ଟି ମେଟ୍ରୋ ଷ୍ଟେସନରେ ଜାରି ହୋଇଛି ଆଲର୍ଟ । ଦିଲ୍ଲୀ ଏନସିଆରରେ ସୁରକ୍ଷା କଡ଼ାକଡ଼ି । ଆକାଶମାର୍ଗରୁ ନଜର ରଖିବ ଡ୍ରୋନ୍ । ଚାରିଆଡ଼େ ଡ୍ରୋନ କ୍ୟାମେରା ପଇଁତରା ମାରୁଛି ।
ସେହିପରି ଦିଲ୍ଲୀର ବିଭିନ୍ନ ସୀମାରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା । ଗାଜିଆବାଦର ଲୋନି ବର୍ଡର, ଗାଜିପୁର ବର୍ଡର, ଦିଲ୍ଲୀ-ରାଜସ୍ଥାନର ଶାହାଜାହପୁର ବର୍ଡରରେ ସୁରକ୍ଷା କଡ଼ାକଡ଼ି । ଅଧିକ ଫୋର୍ସ ମୁତୟନ ହୋଇଛନ୍ତି ।
Comments are closed.