Latest Odisha News

BREAKING NEWS

ହିମାଳୟ ପାଦଦେଶରେ ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ଚିତ୍ର ଆଙ୍କିଲେ ଚିତ୍ରଶିଳ୍ପୀ

ଧର୍ମଶାଳା : ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ଚିତ୍ରଶିଳ୍ପୀ । ପ୍ରକୃତି ଓ ଜଗନ୍ନାଥଙ୍କୁ ନେଇ ନିଜ କାନଭାସରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ଏ ହେଉଛି ହିମାଳୟ ପାଦଦେଶର କାଙ୍କଡା ଜିଲ୍ଲା ଭାଗସୁନାଗର ଚିତ୍ର । ଏଠାରେ ଚାଲିଛି ଶୀତ ଦିନିଆ ଚିତ୍ରକଳା କର୍ମଶାଳା । ଏହାକୁ କାଙ୍ଗଡା ସଂଗ୍ରାହଳୟର ବରିଷ୍ଠ ଚିତ୍ରଶିଳ୍ପୀ ଧନୀରାମ୍ ଖୁସଦୀଲ୍, ଓଡିଶୀ ନୃତ୍ୟଶିଳ୍ପୀ କୁମାର ଭୀମସେନ୍ ଓ ବାଲେଶ୍ବରର ବରିଷ୍ଠ ଚିତ୍ରଶିଳ୍ପୀ ରାଜବଲ୍ଲଭ ସାହୁ ଉଦଘାଟନ କରିଥିଲେ ।

ଜଳେଶ୍ୱର ଆର୍ଟ ଫାଉଣ୍ଡେସନ, ହିମାଚଳ ପ୍ରଦେଶ ପର୍ପ୍ୟଟନ ଓ ରୋଟାରୀ କ୍ଲବ ହିମାଚଳ ପ୍ରଦେଶର ମିଳିତ ଭାବେ ଏହାର ଆୟୋଜନ କରିଛନ୍ତି । ଏଥିରେ ବିଭିନ୍ନ ସ୍ଥାନର ପ୍ରାୟ ୧୮ ଜଣ ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି । ଆସନ୍ତାକାଲିର ଏହାର ଉଦଯାପନ ହେବ ।

Leave A Reply

Your email address will not be published.