Latest Odisha News

BREAKING NEWS

ସୁନାମୀ ଆଲର୍ଟ:ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂମିକମ୍ପ, ଥରିଲା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ ହୋଇଛି । ଭୂକମ୍ପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଥରି ଉଠିଛି । ଆମେରିକା ଭୂବୈଜ୍ଞାନିକ ଏଜେନ୍ସି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଲୟଲ୍‌ଟି ଦ୍ଵୀପ ପୁଞ୍ଜରୁ ଦକ୍ଷିଣ-ପୂର୍ବରେ ୧୦ କିଲୋମିଟର ଗଭୀରରେ ରହିଛି ।

ଆମେରିକାର ଜିଓଲୋଜିକାଲ ସର୍ଭେର ସୂଚନା ଅନୁଯାୟୀ, ଭୂମିକମ୍ପ ପରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ନ୍ୟୁକାଲେଡୋନିଆ, ଭାନୁଅତୁ ଓ ଅନ୍ୟ ଆଖପାଖ ଦେଶ ପାଇଁ ସୁନାମୀ ସତର୍କତା ଜାରି କରାଯାଇଛି । ନ୍ୟୁକାଲୋଡୋନିଆର ଉତ୍ତରରେ ଭାଓଠୁ ପ୍ରାୟ ୪୧୫ କିମି ପୂର୍ବରେ ଏହାର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି ।

ଏନଡବ୍ଲ୍ୟୁଏସ ପ୍ରଶାନ୍ତ ସୁନାମୀ ସତର୍କତା କେନ୍ଦ୍ର କହିଛି ଯେ, ଭୂମିକମ୍ପ କାରଣରୁ ଆଗାମୀ ତିନି ଘଣ୍ଟାରେ ସୁନାମୀର ଆସିବାର ବିପଦ ରହିଛି । ଫିଜି, ନ୍ୟୁଜିଲାଣ୍ଡ ଓ ଭାନୁଅତୁର କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ୦.୩ ଏବଂ ୧ ମିଟର ଉଚ୍ଚର ଲହଡି ଆସିପାରେ ।

Comments are closed.