Latest Odisha News

BREAKING NEWS

ଢେଙ୍କାନାଳ ସହରରେ ପଶିଲା ଦନ୍ତା: ଦଳିଚକଟି ନଷ୍ଟ କଲା ବଗିଚା, ସ୍ଥାନୀୟ ଲୋକେ ଆତଙ୍କିତ

ଢ଼େଙ୍କାନାଳ: ଢେଙ୍କାନାଳ ସହରରେ ଦନ୍ତା ହାତୀ । ଗତ ତିନି ଦିନ ଧରି ଉପଦ୍ରବ ଜାରି ରଖିଛି ଦନ୍ତା । ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ । 

ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର ପାଚେରୀ ଭାଙ୍ଗି କଦଳୀ ଗଛ ଓ ବାଡ଼ି ବଗିଚା ଉଜାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ମଧ୍ୟରେ ଗହମ ଖୁଣ୍ଟି ଓ ସଦର ବନାଞ୍ଚଳରେ ତିନି ଚାରି ଜଣଙ୍କୁ ମାରିଥିବା ଜଣାପଡିଛି । ହାତୀଟି ପାଖ ବୋରାପଦା ଜଙ୍ଗଲରେ ରହିଥିବାରୁ ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ତୁରନ୍ତ ଦନ୍ତାକୁ ଆୟତ୍ତ କରି ଏହି ଅଞ୍ଚଳରୁ ସ୍ଥାନାନ୍ତରିତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.