ଭୁବନେଶ୍ୱର: ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀମାନେ ପାଳନ କରିବେ ପ୍ରେମ ସପ୍ତାହ।
ଏହି ପ୍ରେମ ସପ୍ତାହକୁ ନେଇ ଯୁବପିଢୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳେ। ନିଜ ନିଜ ପାର୍ଟନରଙ୍କୁ କିଏ ଗୋଲାପ ଦେଇ ତ ଆଉ କିଏ ଟେଡି କି ଚକଲେଟ ଦେଇ ପାଳନ କରନ୍ତି ଭଲେଣ୍ଟାଇନ ସପ୍ତାହ ।
ଏହି ପ୍ରେମ ସପ୍ତାହର ଆଜି ହେଉଛି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି ।
ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି। ଏହା ଦ୍ୱାରା ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୁଏ।
ପ୍ରେମରେ ଏହି ପ୍ରତିଶ୍ରୁତି ଟିକକ ହିଁ ବାସ୍ତବକିତା। ଏଇ ଟିକକ କଥାରେ ମଜବୁତ ହୋଇଥାଏ ଭଲ ପାଇବା। ମିଳିଯାଏ ବଞ୍ଚିବାର ଆନନ୍ଦପୂର୍ଣ୍ଣ ରାସ୍ତାଟିଏ।
ଆଗମୀ ଦିନଗୁଡିକରେ ପରସ୍ପର ହାତ ଧରି ଏକାଠି ବାଟ ଚାଲିବାର ଦୃଢ଼ ପ୍ରତିଶ୍ରୁତି ନେଇ ଆଗକୁ ବଢ଼ି ଚାଲିଥାନ୍ତି ପ୍ରେମୀଯୁଗଳ। କୌଣସି ପରିସ୍ଥିତିରେ କେହି କାହା ହାତ ନ ଛାଡ଼ିବା ପାଇଁ କରିଥାନ୍ତି ପ୍ରତିଜ୍ଞା।
Comments are closed.