Latest Odisha News

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା: ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ପାଇଛି କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା-ଅନ୍ଧାରୁଆ ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ କମିଶନରେଟ ପୋଲିସ ମହିଳାଙ୍କ ପରିଚୟ ପାଇଥିବା ସୂଚନା ମିଳିଛି । ଆଜି ପୋଲିସ ପ୍ରେସମିଟରେ ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ସୂଚନା ଦେବ । ମହିଳାଙ୍କ ପରିଚୟ ଦେବା ସହ କିଏ, କାହିଁକି ବୀଭତ୍ସ ଭାବରେ ହତ୍ୟା କଲା ସେବାବଦରେ ସୂଚନା ଦେବ କମିଶନରେଟ ପୋଲିସ ।

ସପ୍ତାହେ ପରେ ଖୋଲିବ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ସସପେନ୍ସ ଉପରୁ ପରଦା । କିଏ ଓ କାହିଁକି ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା ? ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ସେସବୁ ରହସ୍ୟର ପର୍ଦ୍ଦାଫାସ ହେବ । ପ୍ରମାଣ ନଷ୍ଟ ପାଇଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଆଉ କେଉଁଠି ହତ୍ୟା ପରେ ଏଠାରେ ମୃତଦେହ ଫିଙ୍ଗା ଯାଇଥିବା ସୂଚନା ମିଳିଛି ।

ସପ୍ତାହେ ପରେ ବି ମହିଳାଙ୍କ ପରିଚୟ ମିଳି ପାରିନଥିଲା । ପରିଚୟ ଖୋଜି ଖୋଜି ନାକେଦମ୍ ହୋଇଛି କମିଶରେଟ ପୋଲିସ । ଏଥିପାଇଁ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ବିବରଣୀ ସହ ପୋଷ୍ଟର ଲଗାଯାଇଛି । ଶେଷରେ ମୃତଦେହର ସଂଗ୍ରହ କରାଯାଇଥିବା ଫିଙ୍ଗର ପ୍ରିଣ୍ଟରୁ ମହିଳାଙ୍କ ପରିଚୟ ପାଇବା ଲାଗି ଉଦ୍ୟମ କରିଥିଲା ପୋଲିସ । ଫିଙ୍ଗର ପ୍ରିଣ୍ଟକୁ ଆଧାର କେନ୍ଦ୍ର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା । ସେଠାରେ ଫିଙ୍ଗରପ୍ରିଣ୍ଟ ମ୍ୟାଚ୍‌ କରାଯିବା ପରେ ପୋଲିସକୁ ମହିଳାଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.