ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧିରେ ଧିରେ ଶାନ୍ତ ପଡିବାରେ ଲାଗିଛି । ସୋମବାର ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତର କୂଳରେ ଥିବା ଫିଙ୍ଗର-୪ ଅଂଚଳରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିଛି । ନିକଟରେ ଡିଏନଗେଜମେଂଟ ପାଇଁ ବୈଠକ ହୋଇଥିବା ଏବଂ ଉଭୟ ଦେଶ ରାଜି ହୋଇଥିଲେ । ପୂର୍ବରୁ ଫିଙ୍ଗର ୫ରୁ ୮ ମଧ୍ୟରୁ ଡ୍ରାଗନ ଓହରି ଯାଇଥିଲେ । ଭାରତୀୟ ସେନା ମଧ୍ୟ ପଛକୁ ହଟିଛି ।
ବୈଠକ ଅନୁସାରେ ଭାରତୀୟ ସେନା ଫିଙ୍ଗର ୨ ଓ ୩ ମଧ୍ୟରେ ଥିବା ଧାନ ସିଂ ଥାପ୍ପା ପୋଷ୍ଟକୁ ଫେରିବେ । ସେହିପରି ଚୀନ ସେନା ଫିଙ୍ଗର ୮ର ପୂର୍ବ ଦିଗକୁ ଯିବେ । ପାଙ୍ଗୋଙ୍ଗ ହ୍ରଦର ନର୍ଥ ବ୍ଲକରେ ଚୀନ ଏବଂ ଭାରତ ଫିଙ୍ଗର ୩ ଅଂଚଳରେ ସୈନ୍ୟ ମୁତୟନ କରିବେ ।
Comments are closed.