Latest Odisha News

BREAKING NEWS

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୁଜୁରାଟ ସରକାରଙ୍କ ବଡ଼ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟର ୪ଟି ସହରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି । ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଅହମ୍ମଦାବାଦ, ସୁରଟ, ଭଦୋଦରା ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।

ଆସନ୍ତାକାଲି ମଧ୍ୟ ରାତ୍ରରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହା ଆସନ୍ତା ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର କହିଛନ୍ତି । ନଭେମ୍ବରରେ ଦୀପାବଳି ପରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାର ଏହି ଚାରିଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ । ଏବେ ଏହାକୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

Leave A Reply

Your email address will not be published.