Latest Odisha News

BREAKING NEWS

ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍‌ ଗ୍ଲୋବାଲ୍‌ ରେଟିଙ୍ଗ୍‌: ଭାରତ ଆଗାମୀ ବର୍ଷରେ ଅର୍ଥନୈତିକ ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପାଉଥିବା ଦେଶମାନଙ୍କ ମଧ୍ୟରେ ରହିବ

ନୂଆଦିଲ୍ଲୀ: କ୍ରେଡିଟ୍‌ ରେଟିଙ୍ଗ୍‌ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍‌ ଗ୍ଲୋବାଲ୍‌ ରେଟିଙ୍ଗ୍‌ ଭାରତର ଆଗାମୀ ଅର୍ଥିକ ଅଭିବୃଦ୍ଧିକୁ ନେଇ ତଥ୍ୟ ପ୍ରକାଶ କରଛି । ଆଗାମୀ ଆର୍ଥିକ ବର୍ଷରେ ଭାରତ ୧୦ ପ୍ରତିଶତ ବୃଦ୍ଧି ସହିତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହେଉଥିବା ଦେଶମାନଙ୍କ ମଧ୍ୟରେ ଗୋଟିଏ ହେବ ବୋଲି ଏହି ଏଜେନ୍ସି କହିଛି । କିନ୍ତୁ ଭାରତର ରାଜକୋଷ ହ୍ରାସ ପାଇବା ସହିତ କରଜ ବୋଝରେ ଦେଶର ବୃଦ୍ଧି ନିର୍ଭର କରିବ ।

ଏସ୍‌ ଆଣ୍ଡ ପି’ର ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ଉଡ୍‌ ଭାରତର ଆଗାମୀ ଅର୍ଥିକ ସ୍ଥିତିକୁ ନେଇ କହିଛନ୍ତି, ଭାରତର ଅର୍ଥ ବ୍ୟବସ୍ଥା ଆଗାମୀ ବର୍ଷ ଶକ୍ତ ରହିବ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ପୂର୍ବ ବର୍ଷ ଭଳି ଏହା ଖୁବ୍‌ ଶିଘ୍ର ସାଧାରଣ ସ୍ଥିତିକୁ ଫେରିବ । ଏଥିସହିତ ବିନିର୍ମାଣ ଉଦ୍ୟୋଗ ଶକ୍ତ ହେବ ଏବଂ ଏଥିରେ ଅହେତୁକ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି ।  

ଏସ୍‌ ଆଣ୍ଡ୍‌ ପି, ଭାରତ କିଛି ମାସ ହେବ ଉତ୍ପାଦନ, ସେବା, ଶ୍ରମ ବଜାର ଏବଂ ରେଭେନ୍ୟୁ ତଥ୍ୟରୁ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିବା ଜଣାପଡ଼ୁଛି ବୋଲି ପ୍ରକାଶ କରିଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତର ଅର୍ଥନୀତିରେ ପୁନଃରୁଦ୍ଧାର ହେବ ବୋଲି ଏହି ତଥ୍ୟରେ ଦର୍ଶାଯାଇଛି ।

Leave A Reply

Your email address will not be published.