Latest Odisha News

BREAKING NEWS

ମଲାଲାଙ୍କୁ ପୁନର୍ବାର ହତ୍ୟା ଧମକ ଦେଲା ତାଲିବାନ, ଏଥର ଭୁଲ ହେବନି

ଲାହୋର: ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନର ମଲାଲା ୟୁସୁଫଜଇଙ୍କୁ ପୁନର୍ବାର ମିଳିଛି ହତ୍ୟା ଧମକ । ଏହି ଧମକ ତାଲିବାନ ପ୍ରବକ୍ତା ଅହଶାନଉଲ୍ଲା ଅହଶାନ ଦେଇଛନ୍ତି । ଏଥର ଆଉ ଭୁଲ ହେବନି ବୋଲି ସେ ଟୁଇଟ କରିଛନ୍ତି । ସୂଚନାଯୋଗ୍ୟ, ମଲାଲଙ୍କୁ ୯ ବର୍ଷ ତଳେ ଅହଶାନ ଓ ତାଙ୍କ ସାଥୀ ଗୁଳି ମାରିଥିଲେ । ଲଣ୍ଡନରେ ଚିକିତ୍ସିତ ହେବା ପରେ ସେ ବଂଚିଥିଲେ । ଏବେ ସେଠାରେ ସ୍ଥାୟୀ ରୂପ ରହୁଛନ୍ତି ।

ନିକଟରେ ଅହଶାନ ୨୦୨୦ରେ ଜେଲରୁ ଫେରାର ହୋଇ ଯାଇଥିଲେ । ମଲାଲ ଏ ନେଇ ଇମ୍ରାନ ଖାଁ ସରକାରଙ୍କୁ ସମାଲୋଚନା କରିବା ସହ କିପରି ସେ ଫେରାର ହେଲା ସେ ନେଇ ପାକିସ୍ତାନ ଓ ସେନାଙ୍କୁ ଏ ସମ୍ପର୍କରେ ଜଣାଇବା ପାଇଁ କହିଛନ୍ତି ।

Leave A Reply

Your email address will not be published.