Latest Odisha News

BREAKING NEWS

କେନାଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

କଟକ: କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭେଡା ପଞ୍ଚାୟତର ଏକ ଜମିରୁ ଗୁରୁବାର ଦିନ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମହିଳା ଜଣକ ଅନ୍ନପୂର୍ଣ୍ଣା ମହାପାତ୍ର ବୋଲି ଜଣାପଡିଛି। ୪୪ ବର୍ଷୀୟ ଏହି ବିଧବା ମହିଳା ଜଣକ ପିତାମାତା ସହ ରହୁଥିଲେ।

ଅନ୍ନପୂର୍ଣ୍ଣାଙ୍କ ବାପା ହରପ୍ରସାଦ ଙ୍କ ସୂଚନା ଅନୁଯାୟୀ ସେ ରାତିରେ ଘରୁ ବାହାରକୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ଆମେ ବହୁ ଖୋଜା ଖୋଜି କଲା ପରେ ବି ତାକୁ ପାଇନଥିଲୁ।

ସକାଳେ କିଛି ସ୍ଥାନୀୟ ଲୋକ ତାଙ୍କ ମୃତଦେହକୁ ଘର ନିକଟ ଏକ ଜମିରେ ଥିବା କେନାଲରେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।

ମହିଳାଙ୍କୁ କେହି ଅପହରଣ ପରେ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଥିବା ଜଣାପଡିଛି।

Comments are closed.