Latest Odisha News

BREAKING NEWS

ଜାଲ୍ ଶିକ୍ଷକ ଗିରଫ, ଧାମନଗରରୁ ବାନ୍ଧିଲା ପୋଲିସ

ନବରଙ୍ଗପୁର : ଜାଲ ପ୍ରମାଣପତ୍ର ଦେଖାଇ ଶିକ୍ଷକତା କରୁଥିବା ଅଭିଯୋଗରେ ଫେରାର ଥିବା ଜାଲ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ଜାଲ୍ ସାର୍ଟିଫିକେଟ୍ ଦେଇ ୨୦୧୩ ମସିହାରୁ ନବରଙ୍ଗପୁର ଜିଲ୍ଲାରେ ଚାକିରି କରି ଆସୁଛନ୍ତି । ଶ୍ରୀକାନ୍ତଙ୍କୁ କୋଷାଗୁମୁଡ଼ା ବ୍ଲକର ବାକଟିଗୁଡ଼ା ସ୍କୁଲରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଥିଲା । ଶିକ୍ଷା ସହାୟକ ଭାବେ ୬ ବର୍ଷ କାର୍ଯ୍ୟ କରିବା ପରେ ସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ ଶ୍ରୀକାନ୍ତ । ହେଲେ କାଗଜପତ୍ର ଯାଞ୍ଚ ବଳେ ଏହା ବୋଲି ଧରାପଡ଼ିଥିଲା ।

ପୂର୍ବରୁ ୭ ମାର୍ଚ୍ଚ ୨୦୧୮ରେ କୋଷାଗୁମୁଡ଼ା ବିଇଓ ଥାନାରେ ଏତଲା ଦେଇଥିଲେ । ଏତଲା ପରଠାରୁ ଫେରାର୍ ଥିଲେ ଶ୍ରୀକାନ୍ତ । ଆଜି କୋଡ଼ିଙ୍କା ପୋଲିସ ଶ୍ରୀକାନ୍ତଙ୍କୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ବନସର ଗାଁରୁ ଗିରଫ କରିଛି । ଗିରଫ ପରେ ଶ୍ରୀକାନ୍ତଙ୍କୁ କୋର୍ଟ ଚାଲାଣ କରିଛି କୋଡ଼ିଙ୍ଗା ପୋଲିସ ।

Comments are closed.