Latest Odisha News

BREAKING NEWS

ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ: ୧୦୦ ମିଟରରେ ବାଜି ମାରିଲେ ଦୂତୀ, ଅଲିମ୍ପିକ କ୍ୱାଲିଫାଇଂ ଟାଇମିଂ ହାସଲରେ ବିଫଳ

ଭୁବନେଶ୍ୱର: ପଟିୟାଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସରେ ଓଡିଶାର ଦୂତି ଚାନ୍ଦ କମାଲ ଦେଖାଇଛନ୍ତି । ସେ ମହିଳା ୧୦୦ ମିଟର ଦୌଡକୁ ୧୧.୫୧ ସେକେଣ୍ଡରେ ଜିତି ନେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରେକର୍ଡକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ସେହିପରି ଅଲିମ୍ପିକ କ୍ୱାଲିଫାଇଂ ଟାଇମିଂ ମାର୍କ ହାସଲ କରିବାରେ ମଧ୍ୟ ବିଫଳ ହୋଇଛନ୍ତି । ଅଲିମ୍ପିକ ମାର୍କ ୧୧.୧୫ ସେକେଣ୍ଡ ରହିଛି । ଦୂତିଙ୍କ ନିକଟରରେ ଏବେ ବି ଅଲିମ୍ପିକ ଯୋଗ୍ୟତା ହାସଲ କରିବା ସୁଯୋଗ ରହିଛି ।

ଅଗାମୀ ଦିନରେ ବାକି ଯୋଗ୍ୟତା ପର୍ଯ୍ୟାୟ ଇଭେଂଟ ଗୁଡିକରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ କୋଟା ହାସଲ ଲକ୍ଷ୍ୟରେ ଦୂତି ରହିଛନ୍ତି । ସେହିପରି ପୁରୁଷ ୧୦୦ ମିଟରରେ ଅମୀୟ ମଲ୍ଲିକ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୦.୮୯ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ମହାରାଷ୍ଟ୍ରର କ୍ରିଷ୍ଣାକୁମାର ସତୀଶ(୧୦.୬୮ସେ.) ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.