ଭୁବନେଶ୍ୱର: ଉଦଘାଟିତ ହେଲା ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର୍ (IWTT) ସହଯୋଗରେ ଚକେଲେଟ୍ ଗ୍ରୁପ ଦ୍ୱାରା ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି ।
ଆଜି ପ୍ରଥମ ଦିନରେ ହ୍ୱିଲ୍ ଚେୟାର ମୋମେଣ୍ଟ, ଟେକନିକ ସହ କେମିତି ହୁଇଲ ଚେୟାରରେ ବସି ଟେନିସ୍ ଖେଳି ହେବ, ସେ ନେଇ ଭିନ୍ନକ୍ଷମ ହ୍ୱିଲ୍ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ଦୁଇଟି ବ୍ୟାଚ, ଜୁନିୟର ଓ ସିନିୟର ବ୍ୟାଚ କରାଯାଇ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ହ୍ୱିଲ୍ ଚେୟାର ଟେନିସ୍ର ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନ ଓ ଟେନିସ୍ ଖେଳାଳି ତଥା ଚକଲେଟ ଗ୍ରୁପର ମୁଖ୍ୟ ଚିନ୍ମୟ ପ୍ରଧାନଙ୍କ ଦ୍ଵାରା ଭିନ୍ନକ୍ଷମ ହ୍ୱିଲ୍ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ଆଜି ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ ଜଣ ଭିନ୍ନକ୍ଷମ ହ୍ୱିଲ୍ ଚେୟାର ଖେଳାଳି ସାମିଲ ହୋଇଥିଲେ । ଯେଉଁଥିରେ ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ପ୍ରତିଯୋଗୀ ସାମିଲ ଥିଲେ । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ଅନ୍ୟ ଖେଳାଳିମାନେ ମଧ୍ୟ ସାମିଲ ହେବ ।
Comments are closed.