କାମାକ୍ଷାନଗର(ଢେଙ୍କାନାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା ଅଭିଯୋଗ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁରେ ଏହି ଘଟଣା ଘଟିଛି । ସଂଘବଦ୍ଧ ଆକ୍ରମଣରେ ଯୁବତୀଙ୍କ ଜେଜେବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ତାଳଚେର ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ । ତାଙ୍କ ପୁଅ ମୋହନ ବାଇ ଆହତ ହୋଇଛନ୍ତି । କମେଣ୍ଟ ମରାକୁ ନେଇ ଅଭିଯୋଗ ପରେ ଏମାନେ ଗାଁର ଦୁଇ ଯୁବକଙ୍କୁ ତାଗିଦ୍ କରିଥିଲେ । ଏହାପରେ ଦୁଇ ଯୁବକ ଗାଁର କିଛି ଯୁବକଙ୍କ ସହ ମିଶି ଗାଁ ଦାଣ୍ଡରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed.