Latest Odisha News

BREAKING NEWS

ଧାନ କିଣା ନେଇ ଆଜି ବିଧାନସଭାରେ ବିବୃତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଜାରି ରହିଛି । ପ୍ରଥମ ଦିନ ବିରୋଧୀ କଂଗ୍ରେସ କୋଟିଆ, ତୈଳଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ ହୋହଲ୍ଲା କରିବା ସହ ରାଜ୍ୟପାଳଙ୍କ ଅଭିଭାଷଣକୁ ବହିଷ୍କାର କରି ଗୃହ ତ୍ୟାଗ କରିଥିଲେ । ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ଚାଲିପାରି ନଥିଲା । ଶେଷରେ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ ।

ବୈଠକ ପରେ ଶନିବାର ଗୃହରେ ସମବାୟ ମନ୍ତ୍ରୀ ଧାନ କିଣା ନେଇ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ । ଏଥିସହ ୭ ଦିନ ମଧ୍ୟରେ ଧାନ କିଣାରେ ଅଗ୍ରହତି ନେଇ ମନ୍ତ୍ରୀ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ, ଏଥିରେ ସନ୍ତୁଷ୍ଟ ହୋଇନଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଜାରି ରଖିଥିଲେ ହଟ୍ଟଗୋଳ । ହୋହଲ୍ଲା ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା ।

ହଠାତ୍ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିଅମକୁ ଉଠି କାଗଜ ଚିରି ଫିଙ୍ଗିବା ସହ ମାଇକ୍ ଭାଙ୍ଗି ଦେଇଥିଲେ । ଏଥିସହ ବାଚସ୍ପତିଙ୍କ ସମ୍ମୁଖରେ ଲାଗିଥିବା ଫାଇବର କାଚକୁ ମଧ୍ୟ ଖସାଇ ଦେଇଥିଲେ । ମଣ୍ଡିରୁ ଧାନ ଉଠାଣ ନେଇ ଆଜି ସମବାୟ ମନ୍ତ୍ରୀ ଗୃହରେ ବିବୃତି ଦେବାର ଅଛି । ତେବେ, ବିରୋଧୀ ହଟ୍ଟଗୋଳ ନକରି ଗୃହକୁ ଚଳାଇ ଦେବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟ୍ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ନିଷ୍ପତ୍ତ ଅନୁସାରେ, ସପ୍ତାହକୁ ୪ ଦିନ ବିଜେପିର ମୁଲତବି ପ୍ରସ୍ତାବ ଆଲୋଚନା ହେବ । ଆଉ ଦିନ ମଙ୍ଗଳବାର ଓ ଶନିବାର କଂଗ୍ରେସର ମୁଲତବି ପ୍ରସ୍ତାବରେ ଉତ୍ତର ରଖିବେ ମନ୍ତ୍ରୀ ।

Leave A Reply

Your email address will not be published.