ଭୁବନେଶ୍ୱର: ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି। ଏହି ଓଡ଼ିଆ ଯବାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି।
ଲଦାଖରେ ଓଡ଼ିଆ ଯବାନ ଶଶାଙ୍କ ଶେଖର ସାମଲ ଶହୀଦ ହୋଇଥିବା ବିଷୟରେ ଜାଣି ଦୁଃଖିତ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 22, 2021
ଲଦାଖରେ ଓଡ଼ିଆ ଯବାନ ଶଶାଙ୍କ ଶେଖର ସାମଲ ଶହୀଦ ହୋଇଥିବା ବିଷୟରେ ଜାଣି ଦୁଃଖିତ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି।
ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ୟ୍ୟରତ ଥିଲେ ଶଶାଙ୍କ। ସହିଦ ହୋଇଥିବା ୨୮ ବର୍ଷୀୟ ଏହି ବୀର ଯବାନଙ୍କ ପାର୍ଥିବ ଶରୀର ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା।
ଶଶାଙ୍କୁ ହରାଇ ଯାଜପୁର ଧର୍ମଶାଳାର କ୍ଷେତ୍ରପାଳ ଗାଁରେ ଏକପ୍ରକାର ଶୋକରେ ଛାୟା ଖେଳିଯାଇଛି।
Comments are closed.