Latest Odisha News

BREAKING NEWS

ନୂଆ ଅତିଥିକୁ ନେଇ ଘରକୁ ଫେରିଲେ କରୀନା

ନୂଆଦିଲ୍ଲୀ: କରୀନା କପୁର ଖାନ ରବିବାର ଦିନ ତାଙ୍କର ଦ୍ୱିତୀୟ ସନ୍ତାନ ତଥା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କରୀନା ପୁଣି ଥରେ ଏକ ପୁତ୍ର ସନ୍ତାନର ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କରୀନା ନିଜ ପରିବାର ସହିତ ମଙ୍ଗଳବାର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ସୋସିଆଲ୍‌ ମିଡିଆରେ ପ୍ରକାଶ ପାଇଥିବା ଏକ ନୂଆ ଭିଡିଓରେ ସୈଫ ଅଲ୍ଲୀ ଖାନ ତାଙ୍କୁ, ସଦ୍ୟ ଜନ୍ମ ନେଇଥିବା ଶିଶୁପୁତ୍ର ଏବଂ ବଡ ପୁଅ ତୈମୁରଙ୍କୁ ତାଙ୍କ କାରରେ ନେଇ ଆସୁଥିବାର ଦେଖିବାକୁ ମିଳିଥିଲା।

ରବିବାର ସକାଳ ସମୟରେ କରୀନା ତାଙ୍କ ଦ୍ବିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମା ଏବଂ ଶିଶୁ ଭଲ ଥିବା ସୂଚନା ମିଳିଥିଲା।

Comments are closed.