Latest Odisha News

BREAKING NEWS

ଏବେ ରାଜ୍ୟରେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ

ଭୁବନେଶ୍ୱର: ଏବେ ରାଜ୍ୟରେ ଖୋଲିବନି ପ୍ରଥମରୁ ଅଷ୍ଟର ଶ୍ରେଣୀ ଯାଏ ସ୍କୁଲ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ସ୍କୁଲ ଖୋଲିବା ନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନି । ବିଚାରବିମର୍ଶ ଚାଲିଛି । ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ ଲକ୍‌ଡାଉନ୍ ଆରମ୍ଭ ହୋଇଛି । ଦେଶରେ ବଢୁଥିବା ସଂକ୍ରମଣକୁ ଦେଖି ପୁନର୍ବିଚାର କରାଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସୀମାନ୍ତ ଜିଲ୍ଲା ଗୁଡିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ୍ ନିୟମ ପାଳନ ନେଇ ତଦାରଖ କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଚାଲିଛି । କୋଭିଡ୍ କଟକଣା ଭିତରେ କ୍ଲାସରୁମରେ ପଢୁଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.