Latest Odisha News

BREAKING NEWS

ଦିଦିଙ୍କ ଅଭିନବ ପ୍ରତିବାଦ, ତୈଳ ଦର ବୃଦ୍ଧି ନେଇ ମମତାଙ୍କ ଇ-ସ୍କୁଟର ରାଲି

କୋଲକାତା: ଦେଶରେ ପଟେରାଲ ଡିଜେଲ ଦର ଆକାଶଛୁଆଁ । ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ଲଗାତାର ବିରୋଧ କରୁଛନ୍ତି । ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମମତା ତୈଳ ଦର ବିରୋଧରେ ଇ-ସ୍କୁଟରରେ ଯାତ୍ରା କରିଛନ୍ତି । ବେକରେ ସେ ଏକ ପୋଷ୍ଟର ବି ଲଗାଇଥିଲେ । ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହୋଇଛି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ମମତା କୋଲକାତାର ମହାପୌର ଫିରହାଦ ହାକିମ ସହ ଇଲେକ୍ଟ୍ରିକ ସ୍କୁଟରରେ ଯାତ୍ରା କରିଛନ୍ତି । ଏହି ଇ-ସ୍କୁଟର ରାଲି ହାଶିଷ ଚାଟାର୍ଜୀ ଷ୍ଟ୍ରିଟରୁ ରାଜ୍ୟ ସଚିବାଳୟ ନବାନ୍ନା ଯାଏଁ ବାହାରିଥିଲା । ମମତା ହାଜରା ମୋଡ଼ରୁ ରାଜ୍ୟ ସଚିବାଳୟ ମଧ୍ୟରେ ୫ କିଲୋମିଟର ସ୍କୁଟରରେ ଯାତ୍ରା କରିଥିଲେ । ସଡକର ଉଭୟ ପାର୍ଶ୍ୱରେ ଲୋକେ ଛିଡା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ କରିଥିଲେ ।

ରାଲିରେ ମମତା ବାନାର୍ଜୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ନୋଟବନ୍ଦୀ, ଏବେ ଇନ୍ଧନ ଦର ବୃଦ୍ଧି ପାଇଛି । ମୋଦି ସରକାର ସବୁ ବିକ୍ରି କରି ଦେଉଛନ୍ତି । ବିଏସଏନଏଲରୁ କୋଇଲା ଯାଏଁ ଦେଶର ସବୁକିଛି ବିକ୍ରି କରୁଛନ୍ତି । ଏହି ସରକାର ନାଗରିକ ବିରୋଧୀ ।

Leave A Reply

Your email address will not be published.