Latest Odisha News

BREAKING NEWS

ଅମୀଷା ପଟେଲଙ୍କ ବିରୋଧରେ ଠକାମୀ ଅଭିଯୋଗ, ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏବେ ବିବାଦ ମଧ୍ୟରେ ରହିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଝାରଖଣ୍ଡ ହାଇକୋର୍ଟରେ ହୋଇଛି । କୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିନେତ୍ରୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ ଜବାବ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଫିଲ୍ମ କରିବା ନାଁରେ କୋଟିକୋଟି ଟଙ୍କା ନେଇ ଠକେଇ କରିଥିବା ଅମୀଷାଙ୍କ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଏହି ମାମଲାକୁ ଝାରଖଣ୍ଡ ହାଇକୋର୍ଟରେ ଦାଖଲ କରିଛନ୍ତି । ଯାହାର ଶୁଣାଣୀ କରିବାକୁ ଯାଇ କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ ଜବାବ ଦେବାକୁ ଅମୀଷାଙ୍କୁ କହିଛନ୍ତି ।

ଅଦାଲତରେ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଛି ହରମୁ ହାଉସିଙ୍ଗ କଲୋନିରେ ଏକ କାର୍ଯ୍ୟକ୍ରମ ସମୟରେ ଲଭଲି ୱାଲର୍ଡ ଏଣ୍ଟରଟେନମେଣ୍ଟର ପ୍ରୋପରାଇଟର ଅଜୟ କୁମାର ସିଂ ଏବଂ ଅମୀଷା ପଟେଲଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ଫିଲ୍ମ ‘ଦେଶୀ ମ୍ୟାଜିକ୍’ ତିଆରି କରିବା ନାଁରେ ଆଜୟ କୁମାର ସିଂ ଅଢେଇ କୋଟି ଟଙ୍କା ଅମୀଷାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ । ଫିଲ୍ମ ତିଆରି ନକରି ଟଙ୍କା ଫେରସ୍ତ ନକରିଥିବାରୁ ଅଜୟ ସିଂ ଅମୀଷାଙ୍କ ନାଁରେ ଅଦାଲତରେ ଅଭିଯୋଗ ଦାଖଲ କରିଥିଲେ । 

Leave A Reply

Your email address will not be published.