Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ ଓଡିଆ ଫିଲ୍ମ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ଗାଲୁଆମୀ କରିବାକୁ ସଜବାଜ ହେଉଛନ୍ତି ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ତେବେ ରିୟଲ୍ ନୁହେଁ ବରଂ ରିଲ୍ ଲାଇଫରେ ତାଙ୍କୁ ଗାଲୁଆମୀ କରିବାରେ ଦର୍ଶକ ଦେଖିବାକୁ ପାଇବେ । ରିଲିଜ୍ ଅପେକ୍ଷାରେ ରହିଛି ଓଡିଆ ଫିଲ୍ମ ଗାଁର ନାଁ ଗାଲୁଆପୁର ।

ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ପପୁ ପମ୍‌ପମ୍ । ସେହିଭଳି ଖଳନାୟକ ଭୂମିକାରେ ଦର୍ଶକଙ୍କ ନିକଟରେ ନଜର ଆସିବେ ଜଣାଶୁଣା ଟିଭି ଅଭିନେତା ସୁଜିତ୍ । ତେବେ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ରହିଛନ୍ତି ନବାଗତା ଅଭିନେତ୍ରୀ ମନୀଷା । ଅଭିନୟର ଏନ୍ତୁଡିଶାଳ ବୋଲାଉଥିବା ମୟୁରଭଂଜ ବାରିପଦାର ଏହି ଅଭିନେତ୍ରୀ ଓଲିଉଡରେ ନିଜ ଛାପ ଛାଡିବାକୁ ଖୁବ୍ ଏକ୍ସାଇଟେଡ୍ ଥିବା ଜଣାପଡିଛି ।

ଅଭିନେତା ପପୁଙ୍କୁ ନିଜ ପ୍ରେରଣା କହୁଥିବା ମନୀଷା ନିଜ ପ୍ରଥମ ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି । ପ୍ରତିମା ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସମ୍ପ୍ରୀତ ସ୍ୱରୂପ ଶତପଥୀ । ସେହିଭଳି ନିର୍ଦ୍ଦେଶନା ଦାୟିତ୍ୱ ଜିତେନ୍ଦ୍ର ମହାପାତ୍ର ତୁଲାଇଥିଲାବେଳେ ଅମରେନ୍ଦ୍ର ମହାନ୍ତିଙ୍କ ସ୍ୱର ସଂଯୋଜନାରେ ଫିଲ୍ମର ଗୀତ ଗୁଡିକ ପ୍ରସ୍ତୁତ ହୋଇଛି ।

ମୁଖ୍ୟ ଚରିତ୍ର ଛଡା ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ବହୁ ଦମଦାର ତଥା ପୁରୁଖା କଳାକାରଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ସାମିଲ ଅଛନ୍ତି ମିହିର ଦାସ, କୁନା ତ୍ରିପାଠୀ ଓ ଅନ୍ତର୍ଯ୍ୟାମୀଙ୍କ ଭଳି ବରିଷ୍ଠ କଳାକାର । ଅପ୍ରଲ୍ ୧୪’ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ଥିବାବେଳେ ଆଶା କରାଯାଉଛି କମିକ୍ କେମିଷ୍ଟ୍ରୀକୁ ନେଇ ଏହି ମୁଭି ନିଶ୍ଚିତ ଭାବେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାରେ ସଫଳ ହେବ ।

Leave A Reply

Your email address will not be published.