Latest Odisha News

BREAKING NEWS

କ୍ରାଇମ ବ୍ରାଞ୍ଚ ଅଫିସ ପହଞ୍ଚିଲେ ଅଭିନେତା ହ୍ରିତିକ୍‌ ରୋଶନ

ନୂଆଦିଲ୍ଲୀ: ୨୦୧୬ ହ୍ରିତିକ ବନାମ କଙ୍ଗନା ଇମେଲ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହ୍ରିତିକ ରୋଶନ ମୁମ୍ବାଇର କ୍ରାଇମ ଶାଖା କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସିଇୟୁ (କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍) ଦ୍ୱାରା ହ୍ରିତିକଙ୍କୁ ଡକାଯାଇଥିଲା। ଗୁରୁବାର ଅଭିନେତାଙ୍କୁ ଏହି ସମନ ଜାରି କରାଯାଇଥିଲା।

ଯିବା ସମୟରେ ହ୍ରିତିକ୍‌ ଏକ ନୀଳ ରଙ୍ଗର ଜିନ୍ସ ସହିତ କଳା ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହାସହିତ ସେ ଏକ କ୍ୟାପ୍ ପିନ୍ଧିଥିବାର ମଧ୍ୟ ନଜର ଆଥିଲେ ଏବଂ ଫେସ୍ ମାସ୍କ ପିନ୍ଧି କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରୁଥିବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.