Latest Odisha News

BREAKING NEWS

BCCI ଓ ICC ମଧ୍ୟରେ ନୂଆ ବିବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଅନ୍ତର୍ଜତାୟୀ କ୍ରିକେଟ୍ ପରିଷଦ (ICC) ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ଆଇସିସି ଆଗାମୀ ୮ ବର୍ଷ ଲାଗି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ବିଡିଂ ଆହ୍ୱାନ କରିଛି । ଆଇସିସିର ଏହି ନୀତିକୁ ବିରୋଧ କରିଛି ବିସିସିଆଇ । ଆଇସିସିର ଏହି ପଦକ୍ଷେପ ବିରୋଧରେ ଥିବା ବିସିସିଆଇ କହିଛି ।

ଦୁଇ ଦିନ ତଳେ ଆଇସିସିର ବୋର୍ଡ ବୈଠକ ବସିଥିଲା । ଯେଉଁଥିରେ ବିସିସିଆଇ ବିଶ୍ୱର ଆୟୋଜନକାରୀ ଦେଶଠାରୁ ଧନରାଶି ମାଗିବାକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲା । ବିସିସିଆଇ କହିଛି- ‘ଆସନ୍ତା ଟୁର୍ଣ୍ଣାମେଣ୍ଟ ପାଇଁ ବିଡିଂ ଆମନ୍ତ୍ରଣକୁ ବିସିସିଆଇ ବିରୋଧ କରୁଛି ।’

ତେବେ, ବିସିସିଆଇକୁ ଏଥିରେ ସମର୍ଥନ କରିବା ଲାଗି ଇଂଲଣ୍ଡ କ୍ରିକେଟ ବୋର୍ଡ ଓ ଅଷ୍ଟ୍ରେଲିଆ ଭରସା ଦେଇଛନ୍ତି । ବିସିସିଆଇ ଅଧିକାରୀଙ୍କ ଅନୁସାରେ- ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।

ଅନ୍ୟପଟେ ଆଇସିସିର ଏହି ପଦକ୍ଷେପକୁ ପାକିସ୍ତାନ ଓ ଶ୍ରୀଲଙ୍କା ସମର୍ଥନ କରିଛନ୍ତି । ସୂତ୍ର ଅନୁସାରେ, କେତେକ ଛୋଟ ବୋର୍ଡ ଯେମିତି ଓମାନ, ଏମିରେଟ୍ସ କ୍ରିକେଟ ସହ ମାଲେସିଆ ଓ ସିଙ୍ଗାପୁର ବୋର୍ଡ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ମିଳିତ ବିଡିଂ ସପକ୍ଷରେ ଅଛନ୍ତି ।

Leave A Reply

Your email address will not be published.