Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା୨-୩-୨୦୨୧ ମଙ୍ଗଳବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ମାର୍ଚ୍ଚ ତା ୨ ରିଖ ମଙ୍ଗଳ ବାର କୁମ୍ଭ ୧୯ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର
ଆଜିର ଘାତ ବାର- ମକର ରାଶିର
ଆଜିର ଘାତ ଚନ୍ଦ୍ର- ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ- ମୂଳା
ଆଜି – ସଙ୍କଟୀ ଗଣେଶ ଚତୁର୍ଥୀ ବ୍ରତ

ମେଷ:
ଆଜି ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ। ଧନଲାଭର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ:
ଆଜି ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଦେଖାଦେବ ‌। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ:
ଆଜି କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ। ଆର୍ଥିକ ଉନ୍ନତି ଘଟିବ ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଯାନ ବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲରେ କଟିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ସିଂହ:
ଆଜି ଦୈବୀ କୃପା ଲାଭ କରିବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସ୍ବାଦିଷ୍ଠ ଭୋଜନ ମିଳିବ। ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ଯାନ ଦିଅନ୍ତୁ।

କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। କୋୖଣସି ଅନୁଷ୍ଠାନ ତରଫରୁ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିବ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।

ତୁଳା:
ଆଜି ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ଯାନ ବାହାନ ପ୍ରାପ୍ତିର ଯୋଗ ରହିଛି।

ବିଛା:
ଆଜି ମନରେ ଧାର୍ମିକ ଚିନ୍ତାଧାରା ସୃଷ୍ଟି ହେବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।

ଧନୁ:
ଆଜି ଦିନଟି ଆର୍ଥିକ ଲାଭ ପାଇଁ ଭଲ ରହିବ । କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

ମକର:
ଆଜି ପରିବାରରୁ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ । ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

କୁମ୍ଭ:
ଆଜି ପିତାମାତାଙ୍କ ଆଶୀର୍ବାଦରୁ ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ବକେୟା ପ୍ରାପ୍ୟ ପାଇଁ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିବ।

ମୀନ:
ଆଜି ଆଧାତ୍ମିକ ଭାବନାରେ ସମୟ କଟିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କଳା ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.