Latest Odisha News

BREAKING NEWS

ପାକିସ୍ତାନ ଚୋରି କରୁଛି ଭାରତୀୟ ବିଜ୍ଞାପନର ଆଇଡିୟା, ଇନଷ୍ଟାଗ୍ରାମରେ ବିଜ୍ଞାପନର ଭିଡିଓ ସେୟାର କରି ଟ୍ରୋଲ ହେଲେ ମାହିରା ଖାନ

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ନିକଟରେ ଇନଷ୍ଟାଗ୍ରାମରେ ବିଜ୍ଞାପନର ଏକ ଭିଡିଓ ସେୟାର କରିଛନ୍ତି । ମାହିରା ଲେଖିଛନ୍ତି, ‘ପିୟୋର ମ୍ୟାଙ୍ଗୋ ପ୍ଲେଜର’ । ଏବେ ଏହି ବିଜ୍ଞାପନକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମାହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି ।
ମାହିରା ନିଜ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ସେୟାର କରିଛନ୍ତି ଯେଉଁଥିରେ ସେ ମ୍ୟାଙ୍ଗୋ  କୋଲ୍ଡ ଡ୍ରିଙ୍କ୍ ପିଉଥିବାର ନଜର ଆସିଛନ୍ତି । ଏହି ବିଜ୍ଞାପନରେ ମାହିରା ସୁନ୍ଦର ଦେଖାଯାଉଛନ୍ତି ସତ, କିନ୍ତୁ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ଏହାର କାରଣ ହେଉଛି ଏହି ବିଜ୍ଞାପନ ଠିକ୍ ସେହିପରି ସୁଟ୍ କରାଯାଇଛି ଯେପରି ଭାରତୀୟ ବିଜ୍ଞାପନ ପାଇଁ କ୍ୟାଟ୍ରିନାଙ୍କ ଆଡ୍ ସୁଟ୍ କରାଯାଇଥିଲା ।

କେବଳ ଏତିକି ନୁହେଁ, ଏହି ଭିଡିଓରେ ମାହିରାଙ୍କ ଡ୍ରେସ୍ ଏବଂ କୋଲ୍ଡ ଡ୍ରିଙ୍କ୍ ପିଇବାର ଶୈଳୀ ଠିକ୍ କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛି । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସମାନେ ମାହିରାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ । ଫ୍ୟାନ୍ସମାନେ କହିଛନ୍ତି ଯେ ମାହିରା କ୍ୟାଟ୍ରିନା କୈଫଙ୍କୁ କପି କରୁଛନ୍ତି । ଜଣେ ୟୁଜର୍ସ ‘ପାକିସ୍ତାନର କ୍ୟାଟ୍ରିନା’ ଲେଖିଥିବା ବେଳେ ଆଉ ଜଣେ ‘ନିଜକୁ କ୍ୟାଟ୍ରିନା ଭାବ ନାହିଁ’ ବୋଲି ଲେଖିଥିଲେ । ଭାରତୀୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଏହି ଭିଡିଓ ଦେଶରେ ଖୁବ୍ ହିଟ୍ ହୋଇଥିଲା । ଗ୍ରୀଷ୍ମ ଋତୁ ଆସିବା ପରେ କ୍ୟାଟ୍ରିନାଙ୍କ ଏହି ଆଡ୍ ପ୍ରସାରିତ ହୋଇଥାଏ ।

Leave A Reply

Your email address will not be published.