Latest Odisha News

BREAKING NEWS

ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସମ୍ପତ୍ତି ଉପରେ ଆୟକର ଚଢାଉ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ସମ୍ପତ୍ତି ଉପରେ  ଆୟକର ବିଭାଗ ଚଢାଉ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଆୟକର ବିଭାଗର ଅନୁସନ୍ଧାନ ଦଳ ମାର୍ଚ୍ଚ ୩ରେ ତାପସୀ ଏବଂ ଅନୁରାଗଙ୍କ ସମ୍ପତ୍ତି ଉପରେ ଚଢାଉ କରିଥିଲା। ଅନେକ ସ୍ଥାନରେ ଉଭୟଙ୍କ ସମ୍ପତ୍ତି ଉପରେ ଚଢାଉ କରିଛି ଆୟକର ବିଭାଗ।

ଏହାଛଡ଼ା ସୂଚନା ଅନୁଯାୟୀ ଆୟକର ବିଭାଗ ବୁଧବାର ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପ, ବିକାଶ ବହଲ, ମଧୁ ମେଣ୍ଟେନା ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସମ୍ପତ୍ତି ଖୋଳତାଡ଼ କରୁଛି।

ଖବର ଅନୁଯାୟୀ, ଏହି ସେଲିବ୍ରିଟିମାନଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଏହି ଚଢାଉ କରାଯାଉଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆୟକର ଛାଡ ମାମଲା ଅନୁରାଗ କାଶ୍ୟପଙ୍କ କମ୍ପାନୀ ଫାଣ୍ଟମ ଫିଲ୍ମସ ସହ ଜଡିତ। ଅନୁରାଗ କାଶ୍ୟପ, ବିକାଶ ବାହଲ, ବିକ୍ରମାଦିତ୍ୟ ମୋଟୱାନେ ଏବଂ ମଧୁ ମଣ୍ଟେନାଙ୍କ ଦ୍ୱାରା କମ୍ପାନୀ ଆରମ୍ଭ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁଙ୍କ ସହ ଆୟକର ଦଳ ବିକାଶ ବହଲଙ୍କ ଘରେ ମଧ୍ୟ ଚଢାଉ କରିଛି। ବିଭାଗର ଅନେକ ଟିମ୍ ଫାଣ୍ଟମ୍ ଫିଲ୍ମସ୍ ଅଫିସ୍ ସମେତ ପ୍ରାୟ ୨୨ ଟି ସ୍ଥାନରେ ଚଢାଉ କରୁଛନ୍ତି।

Comments are closed.