Latest Odisha News

BREAKING NEWS

ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ଼

ଭଞ୍ଜନଗର: ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ଼ ହୋଇଛି । ଫଳରେ ୧୦ମ ଶ୍ରେଣୀ ଛାତ୍ର ଅମିତ ନାୟକ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା ବଡବୋରସିଙ୍ଗ ଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗୁରୁତର ଛାତ୍ରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ଡ୍ରିଲ୍ କ୍ଲାସ ହେବା ସମୟରେ ଏ ଘଟଣା ଘଟିଛି । ଶୁଭମ୍ ଭୋଳ ନାମକ ଛାତ୍ର ଅମିତର ପେଟରେ ଛୁରା ଭୁଷିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.