Latest Odisha News

BREAKING NEWS

ମାର୍ଚ୍ଚ ୬ରୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ବର : ଆସନ୍ତା ୬ ତାରିଖରେ ବସିବ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟର ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ଭବିଷ୍ୟତ ରଣନୀତି ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଆସନ୍ତା ୬ ଓ ୭ ତାରିଖ ଦୁଇ ଦିନ ଧରି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକାରିଣୀରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ସାମିଲ ହେବେ । ସେହିପରି ଦଳର ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ ହେବେ ।

Comments are closed.