Latest Odisha News

କୋଭିଡ କଟକଣାରେ ପୁରୀ ଲୋକନାଥ ମନ୍ଦିରରେ ଜାଗର ଯାତ୍ରା

ପୁରୀ: କୋଭିଡ୍ କଟକଣାରେ ଏବର୍ଷ ପୁରୀର ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା । ଭୋର ୪ଟାରୁ ଆରମ୍ଭ ହେବ ଦର୍ଶନ। ଏବର୍ଷ ଭିତର ଗମ୍ଭୀରାରେ ଦର୍ଶନ ମନା। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କୋଦ୍ଧାର ହେବ।

ବର୍ଷକରେ ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସୁଯୋଗ ପାଇଥାନ୍ତି। ଏବର୍ଷ କରୋନା ଯୋଗୁ କଟକଣା ଜାରି ହୋଇଛି।

ସେହିପରି ଜାଗର ପାଇଁ ଲାଗିଛି କଟକଣା। ବାହାର ଦୀପ ଦୋକାନୀ ଆସି ପାରିବେ ନାହିଁ। ଭଜନ ସମାରୋହ ମନା। ଶ୍ରୀଲୋକନାଥ ମନ୍ଦିରକୁ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ରକ୍ଷା କରାଯିବ । ଜାଗର ପ୍ରସ୍ତୁତି ନେଇ  ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ‌ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.