Latest Odisha News

BREAKING NEWS

ବିଜୁବାବୁଙ୍କ ଜୟନ୍ତୀରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ୍ ଅନୁଷ୍ଠିତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ ଆୟୋଜନ ହୋଇଛି । ଖେଳ ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ମିନି ମାରାଥନରେ ପ୍ରାୟ ୪୦୦ ଦୌଡ଼ାଳି ଭାଗ ନେଇଥିଲେ । ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପ୍ରତିବର୍ଷ ଏଭଳି ମାରାଥନ ଆୟୋଜନ ହେଉଛି ।

Biju Patnaik Mini Marathon held at Kalinga Stadium

ଆୟୋଜିତ ମିନି ମାରାଥନକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ଭିଶାଲ କେ. ଦେବ ଏବଂ ବିଭାଗର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ମିନି ମାରାଥନ୍ ଉଦଘାଟନୀ ଅବସରରେ ମନ୍ତ୍ରୀ କହିଛନ୍ତି- ମହାମାରୀ ସମୟରେ ଅଂଶଗ୍ରହଣକାରୀଙ୍କ ଉତ୍ସାହ ହୃଦୟସ୍ପର୍ଶୀ । ଆମେ ବିଜୁବାବୁଙ୍କ ନାଁରେ ଏହି ବାର୍ଷିକ ମାରାଥନ ଜାରି ରଖିବୁ । ଏଥିରେ ଯୋଗଦେଇ ଏକ ନୂତନତା ଅନୁଭବ ହେଉଛି ।

Biju Patnaik Mini Marathon held at Kalinga Stadium

ମାରାଥନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ଫିଟନେସକୁ ପ୍ରୋତ୍ସାହନ କରାଯାଉଛି । ଆସନ୍ତାବର୍ଷ ଏହାକୁ ବଡ଼ ଆକାରରେ କରିବାକୁ ମନ୍ତ୍ରୀ ଆଶା ରଖିଛନ୍ତି । ସମସ୍ତେ ବିଜୁବାବୁଙ୍କ ନୀତି ଆଦର୍ଶରେ କାମ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ମହାମାରୀ ପାଇଁ ଚଳିତବର୍ଷ ମିନି ମାରାଥନ ଜନସାଧାରଣ ଯୋଗ ଦେଇ ନାହାଁନ୍ତି । କେବଳ ଖେଳାଳି ଓ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅଧିକାରୀଙ୍କୁ ନେଇ କୋଭିଡ୍ କଟକଣା ଭିତରେ ମାରାଥନ ଆୟୋଜିତ ହୋଇଛି ।

Leave A Reply

Your email address will not be published.