Latest Odisha News

BREAKING NEWS

ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ ଓ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ ହଜାର ୭୧୧ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୧୦ହଜାର ୭୯୯କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରୁ ସର୍ବାଧିକ ୧୦ହଜାର ୧୮୭ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ କେରଳରେ ୨ହଜାର ୭୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଞ୍ଜାବରେ ୧୧ଶହ ୫୯, କର୍ଣ୍ଣାଟକରେ ୫୮୯, ତାମିଲନାଡୁରେ ୫୬୨ ଓ ଗୁଜରାଟରେ ସଂକ୍ରମିତ ହୋଇଛନ୍ତି ଆଉ ୫୭୧ ଜଣ ।

ଗତ ୨୪ ଘଣ୍ଟାରେ ଦେଶରେ ମହାମାରୀ ନେଇଛି ଆଉ ଶହେ ଆକ୍ରାନ୍ତଙ୍କ ଜୀବନ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୭ହଜାର ୭୫୬କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବଢୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ୧ଲକ୍ଷ ୮୪ହଜାର ୫୨୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଦୈନିକ ସଂକ୍ରମଣ ଅପେକ୍ଷା ଏବେ ଦେଶରେ ସୁସ୍ଥ ହେଉଛନ୍ତି କମ୍ । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୪ହଜାର ୩୯୨ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧କୋଟି ୮ଲକ୍ଷ ୬୮ହଜାର ୫୨୦ ସଂକ୍ରମିତ ।

Leave A Reply

Your email address will not be published.