Latest Odisha News

କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏପରିକି ଡାକ୍ତରଙ୍କ ଆଣ୍ଟିବଡ଼ି ଅଧିକ ଥିବା RMRC ରିପୋର୍ଟରେ ଉଲ୍ଲେଖ ରହିଛି ।

ଅବସରପ୍ରାପ୍ତ ଡାକ୍ତର ଏସ୍.ସୁଲେମାନଙ୍କ ପୂର୍ବରୁ ରାଉରକେଲା IGHରେ ରିପୋର୍ଟ ପଜିଟିଭ୍ ଆସିଥିଲା । ୩ ସପ୍ତାହ ପୂର୍ବରୁ କୋଭିସିଲ୍ଡର ୨ଟି ଡୋଜ୍ ନେଇଥିଲେ ଡାକ୍ତର ସୁଲେମାନ । ଟିକା ନେବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିବାରୁ ଦ୍ୱନ୍ଦ୍ୱ ଦେଖାଦେଇଥିଲା ।

 

Comments are closed.