Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: ରାଜଧାନୀର ଏକ ସିନେମା ହଲରେ ମହିଳାଙ୍କୁ ଅଶାଳୀନ ଟିପ୍ପଣୀ ଦେଉଥିବା କିଛି ଯୁବକଙ୍କୁ ପ୍ରତିରୋଧ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ, ମାତ୍ର ଏହାର ଠିକ୍ ୪ ଦିନ ପରେ ବୁଧବାର ଦିନ କେନ୍ଦ୍ରାପଡ଼ାରେ ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ଏକ ଦୈନିକ ସମ୍ବାଦପତ୍ର ଲାଗି କୌଣସି ଅପହରଣ ଘଟଣାର ସମ୍ବାଦ ରିପୋର୍ଟିଂ କରୁଥିବା ସମୟରେ କୁମାରେଶ ନାୟକ ନାମକ ଜଣେ ସାମ୍ବାଦିକଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଧାରୁଆ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଦୁର୍ବୃତ୍ତମାନଙ୍କ ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହେବାପରେ ତାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

 

Leave A Reply

Your email address will not be published.