Latest Odisha News

BREAKING NEWS

ମୟୂରଭଞ୍ଜ ଲାଗି ୧୫୦ କୋଟି ଟଙ୍କାର ପ୍ରକଳ୍ପ, ବାରିପଦାରେ ‘ଛଉ ନୃତ୍ୟ ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବାରିପଦା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ତାଙ୍କର ବାରିପଦା ଗସ୍ତ ସମୟରେ ପ୍ରାୟ ୧୫୦ କୋଟି ଟଙ୍କାର ବିଭିନ୍ନ ଜନହୀତକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମିସନ ଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କୁ ଉଦବୋଧନ ଦେବା ଅବସରରେ ଚାରିଟି ସ୍ୱତନ୍ତ୍ର ଘୋଷଣା କରିଥିଲେ । ବାରିପଦାରେ ଅର୍ବାନ ବ୍ୟାଙ୍କ ପରିଚାଳିତ ହେଲେ ଏଥିପାଇ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ଏହାର ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇବା ପାଇଁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ । ସେହିପରି ବାରିପଦା ସହରକୁ ବନ୍ୟାରୁ ରକ୍ଷା କରିବା ପାଇଁ ଏକ ରିଂ ରୋଡ ନିର୍ମାଣ କରାଯିବ । ମୟୁରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାରୀ କଲେଜ ଭାବେ ପରିଣତ କରିବା ପାଇଁ ସରକାର ବିଚାର କରିବେ । ଏହାବ୍ୟତୀତ ଛଉ ନୃତ୍ୟର ବିକାଶ ପାଇଁ ବାରିପଦା ଠାରେ ‘ଛଉ ନୃ୍ତ୍ୟ ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଘୋଷଣା କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ ଟା ୧୦ରେ ହେଲିକେପ୍ଟର ଯୋଗେ ବାରିପଦା ପୋଲିସ ରିଜର୍ଭ ପୋଲିସ ପଡିଆରେ ଆସି ଓହ୍ାଇଥିଲେ । ସେଠାରୁ ଛଉ ପଡିଆ ଆସି ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ ଟି ଜନ ହୀତକର ପ୍ରକଳ୍ପ ଯଥା ଉଦଳା ବ୍ଳକର ରାଜ୍ୟ ରାଜପଥ-୧୯ରେ ଚମ୍ପା ନଦୀ ଉପରେ ହାେଇଲେଭଲ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର, ବାରିପଦା ମହିଳା ମହାବିଦ୍ୟାଳୟ ଏବଂ ଏମପିସି ଜୁନିୟର କଲେଜର ୩୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ତକତପୁର ଠାରେ ଏମପିସି ଅଟୋନମସ କଲେଜର ୪୦୦ ସିଟ ବିଶିଷ୍ଟ ଛାତ୍ରୀନିବାସ, ମୋରଡା ବ୍ଳକର ଗଡିଆ-କେନ୍ଦୁଡିହ ରାସ୍ତାର ଜମ୍ଭୀରା ନାଳ ଉପରେ ହାଇଲେଭଲ ସେତୁ, ଉଦଳା ବ୍ଳକ ଉଦଳା-ଦିମାଗଡିଆ ରାସ୍ତାରେ ସୋନ ନଦୀ ଉପରେ ହାଇ-ଲେବଲ ସେତୁ, ବଡସାହି ବ୍ଳକର ବର୍ତ୍ତନା-ନିଶ୍ଚିନ୍ତପୁର ରାøସ୍ତାରେ ବୁଢ଼ାବଳଙ୍ଗ ନଦୀ ଉପରେ ହାଇଲେବଲ ସେତୁ, ଶୁଳିଆପଦା ବ୍ଳକର ଫଣିଆ-ମୋରଡା ବ୍ଳକର ଜୁଆଳିଭଙ୍ଗା-ଶାମାଖୁଣ୍ଟା ବ୍ଳକର ଜ୍ୟୋତିପୁର ଠାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଏବଂ ବାରିପଦା ବ୍ଳକ ଠାରେ ଜିଲଶ ପଞ୍ଚାୟତ ସମ୍ବଳ କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ । ସେହିପରି ବଡସାହି –ବାରିପଦା ବ୍ଳକର ବୁଢ଼ାବଳଙ୍ଗ ନଦୀ ଉପରେ ହାଇଲେଭଲ ସେତୁ, ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାରେ ଉରା ନାଳ ଉପରେ ହାଇଲେଭଲ ସେତୁ, କପ୍ତିପଦା ବ୍ଳକର ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଳକର ଧାତିକା ଠାରେ ୨ ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଶାମାଖୁଣ୍ଟା ବ୍ଳକର ବାଲଡିହା ଜଳ ସେଚନ ପ୍ରକଳ୍ପର ଉନ୍ନତି କରଣ କାର୍ଯ୍ୟ ଏବଂ ରାସଗୋବିନ୍ଦ ପୁର ବ୍ଳକର ରାହିଡିହା-କୁଶଡିହା ମଧ୍ୟରେ ଜମ୍ଭିରା ନଦୀର ଉଭୟ ପାଶ୍ୱ ତଟ ସୁରକ୍ଷା ବନ୍ଧ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ।

ଏହା ପରେ ମିସନ ଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେଇ ୨୦ ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା ପ୍ରଦାନ କରିଥିଳେ । ୨୬ ଟି ବ୍ଳକ ସ୍ତରିୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ଡିଜିଟାଲ ସଶକ୍ତିକରଣ ନମନ୍ତେ୩୯,୪୧୮ ମହିଳା ସ୍ୱୟଂ ସହାଗୋଷ୍ଠିକୁ ୩ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ ଏବଂ ମୟୁରଭଞ୍ଜ ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହା ସଂଘ ଗୁଡିକୁ ସମୁଦାୟ ୪୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ସେହିପରି ଏହି ଅବସରରେ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ବିଷ୍ଣୁପ୍ରିୟା ଦାସ ଓ ଉମାରାଣୀ ଦତ୍ତ ଆଦି ଦିନରେ କିଭଳି ଭାବେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ସେ ନେଇ ନିଜ କାହାଣୀ ଓ ଅଭିଜ୍ଞତା ଉଦବୋଧନ ମାଧ୍ୟମରେ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ନିଦେ୍ଧଶିକା ତଥା କମିଶନର ସୁଜାତା ଆର କାର୍ତ୍ତିକେୟନ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତିର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସୁଚନା ଦେଇଥିବା ବେଳେ ମହିଳା ସମବାୟ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.