ନୂଆଦିଲ୍ଲୀ : ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ସରଗରମ ହେଲାଣି ରାଜନୀତି । ଏସବୁ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କନ୍ୟାକୁମାରୀରେ ଏକ ରୋଡ୍ ଶୋ କରିଛନ୍ତି । ପରେ କେରଳର ତ୍ରିବେନ୍ଦ୍ରମରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ।
କେରଳରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ଭ୍ରଷ୍ଟାଚାର ମୁକ୍ତ ହେବ କେରଳ । ଶାହାଙ୍କ ବ୍ୟତିତ ମଞ୍ଚରେ ମେଟ୍ରୋ ମ୍ୟାନ୍ ଇଂ. ଶ୍ରୀଧରନଙ୍କ ସହ ଅନ୍ୟ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଅମିତ ଶାହା କହିଛନ୍ତି, ଦେଶରେ ସର୍ବପ୍ରଥମେ ମେଟ୍ରୋ ନିର୍ମାଣ କରିଥିବା ମେଟ୍ରୋ ମ୍ୟାନ୍ ଇଂ. ଶ୍ରୀଧରଣ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହିତ କେରଳ ହାଇକୋର୍ଟର ଜଜ୍ ଏବଂ ଅନେକ ନେତା ଦଳରେ ସାମିଲ ହୋଇଛନ୍ତି ।
ଏହାସହ ତାମିଲନାଡୁ ନିର୍ବାଚନକୁ ନେଇ ଶାହା କହିଛନ୍ତି, ତାମିଲନାଡୁରେ AIADMK-BJP-PMK ମେଣ୍ଟ ସରକାର ଗଢ଼ିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି ଏବଂ ତାମିଲନାଡୁରେ ମଧ୍ୟ ଜାରି ରହିବ ବୋଲି ଶାହା କହିଛନ୍ତି ।
Comments are closed.