Latest Odisha News

ପ୍ରଦୂଷଣର ମାତ୍ରା କମିବାରୁ ଇସ୍ପାତ ସହରରେ କୋହଳ ହେଲା କଟକଣା

ରାଉରକେଲା: ସହରରେ ପ୍ରଦୂଷଣ ମାତ୍ରା କମିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ରାଉରକେଲାରେ ଲଗାଯାଇଥିବା କଟକଣା କୋହଳ କରିଛି ।

ମାର୍ଚ୍ଚ ୮ତାରିଖରେ ବାୟୁ ଗୁଣବତ୍ତା ସୂଚକାଙ୍କ ୫୨୬ ଥିବା ବେଳେ ୨୪ ଘଣ୍ଟାରେ ଏହା ହ୍ରାସ ପାଇ ୩୪୨ରେ ପହଞ୍ଚିଛି । ତେଣୁ ଏଣିକି ସହରକୁ ଭାରିଯାନ ପ୍ରବେଶ କରିପାରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । । ହେଲେ ରାସ୍ତାରେ ଜଳ ସିଞ୍ଚନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରାମର୍ଶ ଦେଇଛି । ଭାରୀଯାନଗୁଡିକରେ ଜିନିଷ ଆଣିବା ବେଳେ ତା ଉପରେ ପାଲ ଘୋଡାଇ ଆଣିବାକୁ କୁହାଯାଇଛି । ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହାନ ଚଳାଚଳ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋଠାବାଡ ତିଆରି ହେଉଥିବା ଅଂଚଳରେ ମଧ୍ୟ ଧୂଳି ନ ଉଡିବା ପାଇଁ ବାରମ୍ବାର ଜଳ ସିଞ୍ଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.