Latest Odisha News

BREAKING NEWS

ତୁମେ ଖୁସିରେ ରୁହ… ଭିଡିଓ ଜାରି କରି ହାତ କାଟିଲେ ବିଜେପି ସାଂସଦଙ୍କ ବୋହୂ

ଲକ୍ଷ୍ନୌ: ବିଜେପି ସାଂସଦ କୌଶଲ କିଶୋରଙ୍କ ବୋହୂ ଆତ୍ମହତ୍ୟା ଉଦ୍ୟମ କରିବା ମାମଲା ସାମ୍ନାକୁ ଆସିଛି। ସେ ବିଳମ୍ବିତ ରାତିରେ କାକୋରୀରେ ସାଂସଦଙ୍କ ଘର ବାହାରେ ଏକ ବ୍ଲେଡ୍ ସାହାଯ୍ୟରେ ନିଜ ହାତର ଶିରା କାଟିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ସୂଚନା ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିପଦ ମୁକ୍ତ ରହିଛି। ଏହାପୂର୍ବରୁ ରବିବାର ଦିନ ଅଙ୍କିତା ସୋସିଆଲ ମିଡିଆରେ ଦୁଇଟି ଭିଡିଓ ପୋଷ୍ଟ କରି ଆତ୍ମହତ୍ୟା କରୁଥିବା କହିଥିଲେ। ତାଙ୍କ ସ୍ୱାମୀ ଆୟୁଷଙ୍କ ବିରୋଧରେ ସେ ପ୍ରତାରଣା ଅଭିଯୋଗ ଆଣିବା ସହ ତାଙ୍କ ମୃତ୍ୟୁ ପାଇଁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଦାୟୀ ବୋଲି କହିଥିଲେ।

ତୁମ ବାପା ସାଂସଦ ଓ ମାଆ ବିଧାୟକ, ମୁଁ ତୁମର କିଛି କରିପାରିବି ନାହିଁ। ହେଲେ ତୁମେ ମୋ ପାଖକୁ ନଆସିଲେ ମୁଁ ମରିଯିବି। ତୁମେ ଖୁସିରେ ରୁହ, ମୁଁ ଯାଉଛି…

ତେବେ ସାଂସଦଙ୍କ ବୋହୂର ସୁରକ୍ଷା ପାଇଁ ମହିଳା ପୋଲିସ ନିୟୋଜିତ ହୋଇଛନ୍ତି।

ସେପଟେ ତାଙ୍କ ପରିବାରକୁ ବଦନାମ କରିବାକୁ ଏମିତି କରାଯାଇଥିବା ବିଜେପି ସାଂସଦ ପାଲଟା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.