Latest Odisha News

BREAKING NEWS

ଚାଲିପାରୁନି ବିଧାନସଭା, ଆଜି ପୁଣି ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି । ଚାଲି ପାରୁନି ଗୃହ କାର୍ଯ୍ୟ । ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ଓ ବିଜେପିର ହଟ୍ଟଗୋଳ କରିଛନ୍ତି । ଅନ୍ୟପଟେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେଡି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶାସକ ଓ ବିରୋଧୀ ଦଳର ସଦସ୍ୟ ନିଜ ନିଜ ଦାବିରେ ହଟ୍ଟଗୋଳ ଆରମ୍ଭ କରିଥିଲେ । ନାରାବାଜି ଓ ହୋହଲ୍ଲା ଲାଗି ରହିଥିଲା । ଫଳରେ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ମଣ୍ଡି ଅବ୍ୟବସ୍ଥା ଓ ଧାନ କିଣାରେ ସମସ୍ୟାକୁ ନେଇ ବିରୋଧୀ ତମ୍ବିତଫାନ କରୁଛନ୍ତି ।

ସେହିପରି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇବାକୁ ଉଦ୍ୟମ କରିବା ଘଟଣାକୁ ମୁଦ୍ଦା କରିଛି ବିଜେଡି । ବିଧାୟକଙ୍କ ଏଭଳି କାମ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦଳ ଜିଦରେ ଅଟଳ । ଏଭଳି ସ୍ଥିତିରେ କେମିତି ଚାଲିବ ଗୃହକାର୍ଯ୍ୟ ତାଉପରେ ସମସ୍ତଙ୍କର ନଜର ରହିଛି । ହଟ୍ଟଗୋଳ ଓ ନାରାବାଜି ଭିତରେ ବରବାଦ ହେଉଛି ଗୃହ କାର୍ଯ୍ୟ ।

Leave A Reply

Your email address will not be published.