Latest Odisha News

BREAKING NEWS

ସୋନୁଙ୍କ ମହାନତା: ଏଥର ସୋନୁ କରିଛନ୍ତି ଏକ ବଡ଼ ଘୋଷଣା, ୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କରି ଚର୍ଚ୍ଚାରେ 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ । ପ୍ରାକୃତିକ ଦୁର୍ବିପାକ ହେଉ କି ମହାମାରୀ କରୋନା । ଦେଶକୁ ଯେତେବେଳେ ସାହାଯ୍ୟର ଆବଶ୍ୟକତା ପଡ଼ିଛି ହାତ ମେଲାଇ ସାହାଯ୍ୟ କରିଛନ୍ତି ସୋନୁ । କିନ୍ତୁ ଏଥର ନିଜର ଉଦାରତାର ପରିଚୟ ଦେଇ ସେ ପୁଣି ସମସ୍ତଙ୍କ ମନ ଜିତି ନେଇଛନ୍ତି । ବର୍ତ୍ତମାନ ସୋନୁ କରିଛନ୍ତି ଏକ ବଡ଼ ଘୋଷଣା । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ୧ ଲକ୍ଷ ବେରୋଜଗାରଙ୍କୁ ରୋଜଗାର୍ ଦେବାକୁ ଘୋଷଣା କରିଛନ୍ତି ରିୟଲ ହିରୋ ସୋନୁ । ଏହାସହ ସେ ଏବେ ୧୦ କୋଟି ଲୋକଙ୍କର ଜୀବନ ବଦଳେଇବାକୁ ଯାଉଛନ୍ତି ।

ସୋନୁ ଟ୍ୱିଟ କରି ଏହି ଉଚ୍ଚାଭିଳାଷୀ ଯୋଜନାକୁ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଲକ୍ଷ ଲୋକଙ୍କ ପାଇଁ ଚାକିରିର ବ୍ୟବସ୍ଥା କରିଥିବା କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ନିଜର ଏହି କାର୍ଯ୍ୟ ଜରିଆରେ ସେ ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୧୦କୋଟି ଲୋକଙ୍କ ଜୀବନ ବଦଳେଇବାକୁ ଯୋଜନା କରୁଛନ୍ତି ।

ସୋନୁ ସୁଦ ତାଙ୍କ ଟ୍ୱିଟରେ ଲେଖିଛନ୍ତି- ‘ନୂଆ ବର୍ଷ, ନୂଆ ଆଶା । ନୂତନ ଚାକିରିର ସୁଯୋଗ ଏବଂ ସେହି ସୁଯୋଗଗୁଡ଼ିକୁ ଆପଣଙ୍କ ନିକଟକୁ ଆଣିଥିବା ନୂଆ ଆମେ । ପ୍ରବାସି ଶ୍ରମିକ ଏବେ ଏବେ ଗୁଡ୍ ୱାର୍କର୍ । ଆଜି ହିଁ ଗୁଡ୍ ୱାର୍କର୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିଜର ଉତ୍ତମ ଭବିଷ୍ୟତର କାମନା କରନ୍ତୁ ।

ବାସ୍ତବରେ ସୋନୁ ଦେଶର ବେକାରୀଙ୍କୁ ଚାକିରୀ ଦେବା ପାଇଁ ଏକ ଆପଲିକେଶନ୍ ଲଞ୍ଚ କରିଛନ୍ତି । ଆଉ ଏହାର ନାଁ ରଖିଛନ୍ତି ‘ଗୁଡୱାର୍କ’ । ଏଥିସହ ସେ ‘#AbIndiaBanegaKaamyaab, #GoodWorker, #NaukriPaanaHuaAasaan  ଭଳି ହ୍ୟାସଟ୍ୟାଗ ମଧ୍ୟ ଚଲାଉଛନ୍ତି ଯାହା କି ଏବେ ଟ୍ରେଣ୍ଡ କରୁଛି ।

ସୋନୁଙ୍କ ଏହି ଘୋଷଣା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଏହା ପୂର୍ବରୁ ମଧ୍ଯ ସୋନୁଙ୍କର ଏହି ମିଶନରେ ୧ ଲକ୍ଷ ୨୦ ହଜାର ୫୨ ଜଣଙ୍କୁ ଚାକିରି ମିଳିସାରିଛି । ଆଉ ଏବେ ସେ ଆଉ ୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଯାଉଛନ୍ତି ।

ନିଜ ଉଦାରତା ପାଇଁ ସବୁବେଳେ ଲୋକଙ୍କ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି ସୋନୁ ସୁଦ । କରୋନା ସମୟରେ ତାଙ୍କର ଅତୁଳନୀୟ ଅବଦାନ ପ୍ରତିଟି ଲୋକଙ୍କର ହୃଦୟରେ ଛାପି ହୋଇରହିଛି । କରୋନା ସମୟରେ ସୋନୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକମାନଙ୍କୁ ଫେରାଇ ଆଣି ସମସ୍ତଙ୍କ ମନ ଜିତିଥିଲେ । କେତେବେଳେ ଚାଷୀମାନଙ୍କୁ ଟ୍ରାକ୍ଟର ଯୋଗାଇଦେଉଛନ୍ତି ତ କେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ ପାଇଁ ମୋବାଇଲ୍ ଦାନ କରୁଛନ୍ତି। ଏହାପରେ ମଧ୍ୟ ସେ ନିଜର ଏହି ମହତ କାର୍ଯ ଜାରି ରଖିଛନ୍ତି ।  ଯଥା ସମ୍ଭବ ସେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିଚାଲିଛନ୍ତି । 

Leave A Reply

Your email address will not be published.