Latest Odisha News

BREAKING NEWS

କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ବିଏମସି ସୋମବାର କୋଭିଡ-୧୯ ପଜିଟିଭ ଥିବା ସତ୍ବେ  ଫିଲ୍ମ ସୁଟିଂ ପାଇଁ ବାହାରକୁ ଯାଇଥିବା ଅଭିଯୋଗରେ ଅଭିନେତ୍ରୀ ଗୌହର ଖାନଙ୍କୁ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି।

ପୋଲିସର ସୂଚନାନୁସାରେ, ଅଭିନେତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ତାଙ୍କୁ ନିଜକୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ବିଏମସିର ଜଣେ ଅଧିକାରୀ କହିଛନ୍ତି, “ଯେତେବେଳେ ଆମେ ତାଙ୍କ ଘର ଅନ୍ଧେରିକୁ ଯାଇଥିଲୁ, ସେ ଡୋର୍‌ ଖୋଲି ନଥିଲେ। ତା’ପରେ ଆମେ ଜାଣିଲୁ ଯେ ସେ ଘରେ ନଥାଇ ଫିଲ୍ମ ସୁଟିଂ ପାଇଁ ବାହାରକୁ ଯାଇଥିଲେ। ଏହା ପରେ ଆମେ ଓସିୱାରା ପୋଲିସ ଷ୍ଟେସନରେ ପହଞ୍ଚିଥିଲୁ।

ବିଏମସି ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଓସିୱାରା ପୋଲିସ ଷ୍ଟେସନରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଏଫ୍ଆଇଆର୍ ଦାଖଲ କରିବାର କିଛି ସମୟ ପରେ ବିଏମସି ଟ୍ୱିଟ୍ କରି କହିଛି ଯେ ସହରର ସୁରକ୍ଷା ଉପରେ କୌଣସି ଆପୋଷ ବୁଝାମଣା ନାହିଁ! ପଜିଟିଭ୍ ପରୀକ୍ଷା ଉପରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ପାଳନ ନକରିବା ଯୋଗୁ ବିଏମସି ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି।

ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଏବଂ ଆମେ ନାଗରିକମାନଙ୍କୁ ଅନୁରୋଧ କରୁଛୁ ଯେ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ଏବଂ ସହରକୁ ଭୂତାଣୁ ମୁକ୍ତ କରନ୍ତୁ।

Leave A Reply

Your email address will not be published.