ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଓ ଭୟଙ୍କର । ଯାହାକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ ।
ଶୁଖିଲା ବସ୍ତୁରେ ୮ଦିନ ସକ୍ରିୟ ରହୁଛି ନୂଆ ଷ୍ଟ୍ରେନ୍
ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ଏପରିକି ନୂଆ ଷ୍ଟ୍ରେନରେ ସଂକ୍ରମଣ ହାର ଅଧିକ ସମ୍ଭାବନା ରହିଛି । ଶୁଖିଲା ବସ୍ତୁରେ ୮ ଦିନ ସକ୍ରିୟ ରହିବା ସମ୍ଭାବନା ବି ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଅଧିକ ଭିଡ଼ ନକରିବା ଓ ସାମାଜିକ ଦୂରତା ମାନିବା । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ମାନିବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଦେଶର ବିଭିନ୍ନ ସହରରେ ପୁଣି ଥରେ ଲକଡାଉନ୍ ଆରମ୍ଭ ହେଲାଣି । ସେଭଳି ସ୍ଥିତି ନଫେରିବା ଦିଗରେ ସତର୍କ ରହିବା ପାଇଁ କୁହାଯାଇଛି ।
ବାହାର ରାଜ୍ୟରୁ ଫେରୁଥିଲେ ୭ଦିନ ପୃଥକବାସ

ଜନସମାଗମ ଉପରେ ସରକାର କଟକଣାକୁ ସାମାନ୍ କୋହଳ କରିଥିଲେ ବି ବିଭିନ୍ନ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଭିଡ଼ କରିବା ନାହିଁ । ବାହାର ରାଜ୍ୟରୁ ଫେରୁଥିଲେ ୭ ଦିନ ପୃଥକବାସରେ ରହିବା ପାଇଁ କହିଛି ସ୍ୱାସ୍ଥ୍ୟ ବିଭାଗ । ଦୁଇ ଦିନ ତଳେ କୋଭିଡ ସ୍ଥିତିର ସମୀକ୍ଷା କରି ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶବନ୍ୟ ସଂକ୍ରମଣ ସରକାରଙକ୍ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
BREAKING NEWS
- ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି, ଅନେକ ଗାଁ ଜଳମଗ୍ନ…
- ନୂଆ ଫିଲ୍ମ ପାଇଁ ୫୦ କୋଟି ଟଙ୍କା ଫି କମାଇଲେ ସଲମାନ
- CJP ପ୍ରତିବାଦ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ; କ୍ଷମା ମାଗିଲେ ଛାତ୍ରୀ…
- ବନ୍ୟାରେ ଅଧିକ ପ୍ରଭାବିତ ଗୃହପାଳିତ ପଶୁ, ୫୮ ଭେଟନାରୀ ରାପିଡ୍ ଟିମ୍ ମୁତୟନ
- “Modi ‘Vishnu avatar’”: ‘ମୋଦିଙ୍କ ପାଦ ଧୋଇ ପିଇବାକୁ ଚାହେଁ ପାଣି…”, ପୋଡକାଷ୍ଟରେ କିଛି ଏମିତି କହିଦେଲେ ଅଭିନେତା, ପଡିଗଲା ଚହଳ…
- ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୮ ଲକ୍ଷ ଲୋକ ପ୍ରଭାବିତ
- ଭିଜୁଛି ଓଡ଼ିଶା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି
- Cockroach Fear: ଭାରତର ‘କକ୍ରୋଚ’ଙ୍କୁ କାହିଁକି ଡରିଲେ ପାକିସ୍ତାନ ସରକାର? ମନ୍ତ୍ରୀଙ୍କ ମନରେ ଛନକା…
- PM Modi: “ଦାନ୍ତ ତଳକୁ ଚାଲିଆସେ ଜିଭ, ଆମେ ଦାନ୍ତ ଭାଙ୍ଗୁନା…”, ଇଣ୍ଟରନେଟରେ ଛାଇଲା ପିଏମ୍ ମୋଦିଙ୍କ ଆଉ ଏକ ଭିଡିଓ, ଏଥର ଦେଲେ କିଛି ଏମିତି ବାର୍ତ୍ତା…
- କୁଲଗାମରେ ଆତଙ୍କବାଦୀ ହମ୍ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Comments are closed.