Latest Odisha News

BREAKING NEWS

ଆଜି ଭାରତ-ଇଂଲଣ୍ଡ ତୃତୀୟ T20: ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି ରୋହିତ

ଅହମ୍ମଦାବାଦ: ଆଜି ଖେଳାଯିବ ଭାରକ-ଇଂଲଣ୍ଡ ତୃତୀୟ ଟି-ଟ୍ୱେଣ୍ଟି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ୧-୧ରେ ବର୍ତ୍ତମାନ ଦୁଇ ଦଳ ବରାବର ସ୍ଥିତିରେ ରହିଛନ୍ତି । ଆଜିର ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶକୁ ଫେରି ପାରନ୍ତି ଓପନର ରୋହିତ ଶର୍ମା । ଗତ ଦୁଇଟି ମ୍ୟାଚରେ ଫେଲ୍ ମାରିଥିବା ଲୋକେଶ ରାହୁଲଙ୍କୁ ବିଶ୍ରାମ ମିଳିପାରେ । ରୋହିତ ଓ ଇଶାନ କିଷାନ ଇନିଂସ ଓପନ କରିପାରନ୍ତି ।

ପଦାର୍ପଣ ମ୍ୟାଚରେ ଧୂଆଁଧାର ଇନିଂସ ଖେଳି ସମସ୍ତଙ୍କୁ ଚକିତ କରିଛନ୍ତି ଇଶାନ କିଷାନ । ୩୨ବଲରୁ ସେ ୫୬ ରନ୍ କରିଥିଲେ । ଚଳିତବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଇଶାନ କିଷାନଙ୍କ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ । ସେହିପରି ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ଯାହାକି ଦଳର ଆତ୍ମବିଶ୍ୱାସକୁ ବଢ଼ାଇ ଦେଇଛି ।

ପ୍ଲେଇଂ ଇଲେଭେନରେ ଲୋକେଶ ରାହୁଲଙ୍କ ସ୍ଥାନରେ କେବଳ ରୋହିତ ସାମିଲ ହୋଇପାରନ୍ତି । ଆଉ କାହାକୁ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଭୂମିକା ତୁଲାଇବେ । ରିଷଭ ପନ୍ଥଙ୍କୁ ବଡ଼ ସ୍କୋର କରିବାକୁ ହେବ । ବୋଲିଂ ଭାରତ ଭୁବନେଶ୍ୱର କୁମାର, ଓ୍ୱାଶିଂଟନ୍ ସୁନ୍ଦର, ସାର୍ଦ୍ଦୁଲ ଠାକୁର ଓ ଯୁଜବେନ୍ଦର ଚହଲ ସମ୍ଭାଳିବେ ।

ସେପଟେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ ଇଂଲିଶ ବାହିନୀ । ଆହତ କାରଣରୁ ଗତ ମ୍ୟାଚରେ ବାଦ ପଡ଼ିଥିବା ମାର୍କ ବୁଡ ଆଜି ଖେଳିପାରନ୍ତି । ଟେଷ୍ଟ ସିରିଜ ହାରିଥିବା ଭ୍ରମଣକାରୀ ଦଳ ଟି-ଟ୍ୱେଣ୍ଟି ସିରିଜ ଉପରେ ନଜର ରଖିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଓ ବାକି ଦୁଇଟି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ ।

Leave A Reply

Your email address will not be published.